ଟାଇମସ ହାଇଅର ଏଜୁକେସନ୍‍ ରାଙ୍କିଙ୍ଗ ୨୦୨୩, ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍‍

71

କନକ ବ୍ୟୁରୋ : ଟାଇମସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍‍ ବିଶ୍ୱବିଦ୍ୟାଳୟ । ବୁଧବାର ଟାଇମସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ- ୨୦୨୩ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍‍ ଅତ୍ୟଧିକ ଭଲ ପ୍ରଦର୍ଶନ କରିଛି । ପୂର୍ବବର୍ଷ କିଟ୍‍ ୮୦୧+ ସ୍ଥାନରେ ରହିଥିବା ବେଳେ ଏବର୍ଷ ୨ଶହ ରାଙ୍କ ଉନ୍ନୀତ ହୋଇ ୬୦୧+ରେ ରହିଛି । ଶୈକ୍ଷିକ ପରିବେଶ, ଗବେଷଣା, ଆଦୃତି, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଓ ଇଣ୍ଡଷ୍ଟ୍ରି ଇନ୍କକମ୍‍ ଆଦି ମାପଦଣ୍ଡକୁ ନେଇ ଟାଇମ୍ସ ହାଇଅର ଏଜୁକେସନ୍‍ ପକ୍ଷରୁ ଏହି ରାଙ୍କ ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ କିଟ୍‍ ରୌପ୍ୟ ଜୟନ୍ତୀ ପାଳନ କରୁଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଥିବାରୁ ଏହା କିଟ୍ରସ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି ।

ବିଶ୍ୱର ସମସ୍ତ ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍ସସ ହାଇଅର ଏଜୁକେସନ୍‍ ଏହି ରାଙ୍କ ପ୍ରସ୍ତୁତ କରିଥାଏ । ପୂର୍ବବର୍ଷ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରି ଚଳିତବର୍ଷ ଦେଶର ପୂର୍ବାଞ୍ଚଳ ଓ ଓଡ଼ିଶା ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍‍ ପ୍ରଥମ ସ୍ଥାନରେ ରହିପାରିଛି । କିଟ୍‍ ଏକ ଖୁବ୍‍ କମ୍‍ ଦିନର ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ବିଶ୍ୱର ଲବ୍ଧ ପ୍ରତିଷ୍ଠିତ ଓ ପୁରାତନ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ସମକକ୍ଷ ହୋଇ ଏତେ ଉନ୍ନତ ପ୍ରଦର୍ଶନ କରିଥିବାରୁ ବହୁ ଶିକ୍ଷାବିତ୍‍ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।  ସାମନ୍ତଙ୍କ ଦୂରଦୃଷ୍ଟି ପାଇଁ ଓଡ଼ିଶାର ଏକ ବିଶ୍ୱବିଦ୍ୟାଳୟ ଆଜି ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକର ସମକକ୍ଷ ହେବା ସହ ପ୍ରତିଷ୍ଠିତ ଓ ପୁରାତନ ବିଶ୍ୱବିଦ୍ୟାଳୟକୁ ଅତିକ୍ରମ କରିପାରିଛି ବୋଲି ସେମାନେ ମତ ଦେଇଛନ୍ତି ।

ଏହି ସଫଳତା ପାଇଁ  ସାମନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ମିଳିତ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । କିଟ୍‍ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନିରନ୍ତର ପ୍ରଚେଷ୍ଟା ଓ ଦୂରଦୃଷ୍ଟିକୁ ସାଧୁବାଦ ଜଣାଇଛନ୍ତି । ଅପରପକ୍ଷରେ ଏହା କିଟର ସଫଳତା ବୋଲି ପ୍ରତିଷ୍ଠାତା ସାମନ୍ତ କହିଛନ୍ତି ।