ପଞ୍ଜାବରେ ଏଥର ‘ଦିଲ୍ଲୀ ମଡେଲ’? ପଞ୍ଜାବରେ ଇତିହାସ ସୃଷ୍ଟି କରିବ କି ଆପ୍ ?

195

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦିଲ୍ଲୀ ମଡେଲ ଏବେ ପଞ୍ଜାବ ମୁହାଁ ହୋଇଛି । ବିଭିନ୍ନ ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକଜିଟ ପୋଲର ଆକଳନ ଅନୁସାରେ ଏଥର ପଞ୍ଜାବରେ ସରକାର ଗଢିପାରେ ଆମ ଆଦମୀ ପାର୍ଟି । ମାଗଣା ବିଜୁଳି, ୧୮ ବର୍ଷରୁ ଅଧିକ ବୟସ ମହିଳାଙ୍କୁ ଖାତାକୁ ପ୍ରତି ମାସ ୧ ହଜାର ଟଙ୍କା ପ୍ରତିଶ୍ରୁତି ଆପର କାମରେ ଆସିଛି । କଂଗ୍ରେସ ଓ ଆକାଳୀ ଦଳର ସରକାରେ ଲୋକ ଏବେ ନୂଆ ପରିବର୍ତ୍ତନ ଚାହୁଁଥିବା ଏବେ ନଜର ଆସିଛି ।

ପଞ୍ଜାବରେ ଆମ ଆଦମୀ ପାର୍ଟି ଘୋଷଣା ପତ୍ରରେ କହିଥିଲା ରାଜ୍ୟରେ ୧୬ ହଜାର ମୋହଲ୍ଲା କ୍ଲିନିକ ଖୋଲାଯିବ । ଦିଲ୍ଲୀରେ ସ୍ୱାସ୍ଥ୍ୟର ଏହି ମଡେଲ ବେଶ ଚର୍ଚ୍ଚିତ ଥିଲା । ଏହା ଦ୍ୱାରା ପଞ୍ଜାବବାସୀ ଉପକୃତ ହୋଇପାରିବେ । ଦିଲ୍ଲୀ ପରି ପଞ୍ଜାବରେ ୩୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ ବୋଲି କହିଥିଲା ଆପ । ପଞ୍ଜାବକୁ ନିଶା ମୁକ୍ତ କରାଯିବ । ଏହାସହ ପଞ୍ଜାବରେ ମହିଳା କମାଣ୍ଡୋ ବାଟାଲିୟନ ଖୋଲିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି ଆପ ।

ତେବେ ଏଭଳି ପ୍ରତିଶ୍ରୁତି ଏବେ ଆପର କାମରେ ଆସିଛି । ସେପଟେ ପଞ୍ଜାବରେ କଂଗ୍ରେସ ଦଳ ମଧ୍ୟରେ ଚାଲିଥିବା ବିବାଦ ହୁଏତ ଦଳ ପାଇଁ ଏଥର ବିପଦ ଆଣିପାରେ । ତେଣୁ ଲୋକମାନେ ଏଥର ପରିବର୍ତ୍ତନ ଲକ୍ଷ୍ୟରେ ରହିଥିବା ନଜର ଆସିଛି । ଯାହାକି ଏହି ଏକଜିଟ ପୋଲରୁ ଜଣାପଡିଛି ।