ରଣକ୍ଷେତ୍ରରେ ନାରୀ । ମହିଳା ଦିବସ ଉପଲକ୍ଷେ ନାରୀଙ୍କ ବୀରଗାଥା

134

କନକ ବ୍ୟୁରୋ: ନାରୀ , ଈଶ୍ୱରଙ୍କ ଏକ ଅନବଦ୍ୟ ସୃଷ୍ଟି । ନିଃସର୍ତ୍ତ ମମତାର ନିରୋଳା ନିର୍ଝରିଣି । ଅବିରତ ସେବାର ସଂଜୀବନି ସୁଧା ସିଞ୍ଚି ସାରା ବିଶ୍ୱକୁ କରେ ମଧୂମୟ । ହେଲେ ଆବଶ୍ୟକ ପଡିଲେ ହାତରେ ଅସ୍ତ୍ର ଧରି କରିପାରେ ସଂହାର । ପୁରାଣ ଇତିହରସ ଏହାର ମୁକସାକ୍ଷୀ ।

ଆଜିର ପ୍ରତିଯୋଗିତା ମୂଳକ ସମାଜରେ ନାରୀ କୌଣସି କ୍ଷେତ୍ରରେ ପଛରେ ନାହିଁ । ସବୁଥିରେ ପୁରୁଷର ସମକକ୍ଷ । ସାହିତ୍ୟ, ଠାରୁ ଆରମ୍ଭ କରି ବିଜ୍ଞାନ, ପ୍ରଦ୍ୟୋଗ ସବୁ କ୍ଷେତ୍ରରେ ନାରୀ ରଚିଛି ଇତିହାସ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ବିଭାଗରେ ନାରୀର ଦକ୍ଷତା । ଆଜି ଅନ୍ତର୍ଜାତୀୟ ଦିବସ ଅବସରରେ ସଂକ୍ଷେପରେ ବୀରତ୍ୱର ଗାଥା ବଖାଣୁଥିବା କେତେକେ ପ୍ରମୁଖ ଦେଶର ମହିଳା ସୈନକଙ୍କ କଥା ।

ଇସ୍ରାଏଲ:
ବିଶ୍ୱର ଏକ ଶକ୍ତିଶାଳୀ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଦେଶ ଭାବେ ପରିଚିତ ଇସ୍ରାଏଲ । ଦେଶକୁ ସବୁ ଦିଗରୁ ସୁରକ୍ଷିତ ରଖିବାକୁ ଏଠାରେ ପୁରୁଷଙ୍କ ପରି ମହିଳାଙ୍କୁ ସମରଶିକ୍ଷା ବାଧ୍ୟତାମୂଳକ । ୧୮ ବର୍ଷରୁ ଅଧିକ ସମସ୍ତ ସକ୍ଷମ ଯୁବକଯୁବତୀ ୨ ବର୍ଷରୁ ୩ ବର୍ଷ ସେନାରେ ଯୋଗଦେବା ବାଧ୍ୟତାମୂଳକ । ଏହି ଦେଶର ସେନାରେ ୫୦ ପ୍ରତିଶତରୁ ଅଧିକ ହେଉଛନ୍ତି ମହିଳା । ଇସ୍ରାଏଲର ମହିଳା ସେନା ବିଶ୍ୱର ସବୁଠୁ ଘାତକ । ।

ଆମେରିକା:
ବିଶ୍ୱରେ ପ୍ରତିରକ୍ଷା ବିଭାଗ ପାଇଁ ଯଦି କେହି ସବୁଠୁ ଅଧିକ ଅର୍ଥ ଖର୍ଚ୍ଚ କରୁଥାଏ ସେ ହେଉଛି ଆମେରିକା । ଏହାର ସେନାରେ ଥିବା ମହିଳା ଟ୍ରୁପ୍ ଭାରୀ ଦୁର୍ଦ୍ଦର୍ଷ । ୧୯୪୨ ଠାରୁ ଆମେରିକା ପ୍ରତିରକ୍ଷା ବିଭାଗ ମହିଳା ସେନା ଗଠନ କରିଛି । ସେବେଠାରୁ ମହିଳା ସୈନିକମାନେ ବହୁ ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ସଫଳତାର ସହ ଭୁମିକା ନିର୍ବାହ କରିଛନ୍ତି । ଆଫଗାନିସ୍ତାନରେ ଆମେରିକା ମହିଳା ସେନାର ଭୁମିକା ଏହାର ପ୍ରମାଣ ।

ଭାରତ:
ଭାରତୀୟ ନାରୀ ବି କୌଣସି ଦେଶର ମହିଳା ଶକ୍ତିଠାରୁ କମ ନୁହେଁ । ଦେଶର ଜଳ, ସ୍ଥଳ , ବାୟୁ ସବୁଠି ନାରୀ ନିଜର ପରାକ୍ରମ ଦେଖାଇଛି ।ବିଏସଏଫର ‘ସୀମା ଭବାନୀ’ ହେଉ କି ସିଆରପିଏଫର ‘ଡେୟାର ଡେଭିଲ ୟୁନିଟ୍‘ ସବୁଥିରେ ନିଜର ଦୁଃସାହାସ ଦେଖାଇ ପୁରା ଦେଶକୁ ଗୌରବାନ୍ୱିତ କରିଛି ଭରତୀୟ ନାରୀ । ଭାରତର ପ୍ରଥମ ଝାନସି ରେଜିମେଣ୍ଟର ପ୍ରଥମ ମହିଳା ସୈନିକ ଭାବେ ଯୋଗ ଦେଇଥିଲେ ଲକ୍ଷ୍ମୀ ସେହଗଲ । ତାଙ୍କ ପରେ ମହିଳାଙ୍କ ପାଦ ଆଉ ଥମିନି । ଆଭ୍ୟନ୍ତରୀଣ ସୁରକ୍ଷା ଠାରୁ ଆରମ୍ଭ କରି ନକ୍ସଲ ଦମନ ସବୁଥିରେ ନିଜକୁ ସଫଳ ପ୍ରମାଣିତ କରିପାରିଛନ୍ତି ଭାରତୀୟ ନାରୀ ।

ଚୀନ୍:
ସମଗ୍ର ବିଶ୍ୱରେ ଚୀନର ମହିଳା ସେନାଙ୍କ ଦୁର୍ଦ୍ଦର୍ଷ ଦକ୍ଷତା ସ୍ୱତନ୍ତ୍ର । ସେମାନେ ଟ୍ୟାଙ୍କ ଚଳାଇବା ଠାରୁ ଆରମ୍ଭ କରି ଆଣ୍ଟି ଏୟାର କ୍ରାଫ୍ଟ ମିସାଇଲ ଫାଇଟର କେଟ୍ ଉଡାଇବା ସହ ସବୁପ୍ରକାର ସ୍ପେଶାଲ ଅପରେସନରେ ଯୋଗ ଦେଇଥାନ୍ତି । ୨୦୧୯ରେ ହୋଇଥିବା ଏକ ଏୟାର ଡିଫେନ୍ସ ପ୍ରତିଯୋଗିତାରେ ସେମାନେ ପୁରୁଷ ଦଳକୁ ପଛରେ ପକାଇଦେଇଥିଲେ ।

ଋଷ:
ଏଠିକାର ମହିଳା ସେନା ବିଶ୍ୱର ଦ୍ୱିତୀୟ ଶକ୍ତିଶାଳୀ ଭାବେ ପରିଚିତ । ଦେଶର ମୋଟ ୧୦ ଲକ୍ଷ ସୈନିକଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ପାଖାପାଖି ୨ ଲକ୍ଷ । ଯଦିଓ ସେମାନେ ସମ୍ମୁଖ ଯୁଦ୍ଧକୁ ଆସନ୍ତି ନାହିଁ ହଲେ ଶତ୍ରୁପକ୍ଷକୁ ଆକ୍ରମଣ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ।
ଆଜି ମହିଳା ଦିବସ ଉପଲକ୍ଷେ ନାରୀ ସମାଜକୁ ଆମର ସଲାମ ।