ଏଥର ସପ୍ତାହକ ୭ ଦିନ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିର ଭିରତରେ ତମାଖୁ ସେବନ କଲେ ହଜାରେ ଓ ପଲିଥିନ ନେଲେ ୧୦୦ ଟଙ୍କା ଜରିମାନା 

83

କନକ ବ୍ୟୁରୋ : ଏଥର ସପ୍ତାହକ ୭ ଦିନ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା । ସକାଳ ୭ଟାରୁ ହେବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିର ବାହାରେ ଓ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଶ୍ରୀମନ୍ଦିର ଭିତରେ ନିର୍ଦ୍ଧାରିତ ସ୍ଥାନରେ ଭକ୍ତ ଜାଳିପାରିବେ ଦୀପ । ଏଣିକି ଆନନ୍ଦ ବଜାର ଭିତରେ ମଧ୍ୟ ଭକ୍ତ ସେବନ କରିପାରିବେ ମହାପ୍ରସାଦ । ଏହାସହ ଶ୍ରୀମନ୍ଦିର ଭିରତରେ ତମାଖୁ ସେବନ କଲେ ହଜାରେ ଟଙ୍କା ଜରିମାନା ଦେବାକୁ ହେବ । ଶ୍ରୀମନ୍ଦିର ଭିତରକୁ ପଲିଥିନି ନେଲେ ୧୦୦ ଟଙ୍କା ଜରିମାନା ଦେବାକୁ ହେବ ।

କୋଭିଡ ମହାମାରୀ କାରଣରୁ ଦୀର୍ଘଦିନ ହେବ ଶ୍ରୀମନ୍ଦିର ବନ୍ଦ ରହିଥିଲା । ହେଲେ ଏବେ ଶ୍ରୀମନ୍ଦିରକୁ ଖୋଲି ଦେଇଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିରକୁ ଖୋଲିବା ସହ ଏବେ ସବୁ ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଛନ୍ତି ।