ଭୁଶୁଡ଼ି ପଡ଼ିଲା ୫-ଟି ବିଦ୍ୟାଳୟର ପାଚେରୀ: ପାଚେରୀ ଭୁଶୁଡ଼ି ୫୫ ଗାଈ ମୃତ

270

କନକ ବ୍ୟୁରୋ: ହଠାତ୍ ଭୁଷୁଡି ପଡ଼ିଲା ୫-ଟି ବିଦ୍ୟାଳୟର ପାଚେରୀ । ଚାପି ହୋଇ ମରିଗଲେ ୫୫ଟି ଗାଈ । ବିଦ୍ୟାଳୟରେ ନିମ୍ନ ମାନର କାମ ହୋଇଥିବାରୁ ଦୁର୍ବଳ ପାଚେରୀ ଭାଙ୍ଗି ପଡ଼ିଛି । ବାଙ୍କୀ ବୈଦେଶ୍ୱର ଉଚ୍ଚ ବିଦ୍ୟାଳୟ ପାଚେରୀ ଭୁଷୁଡି ପଡ଼ିବାରୁ ପାଚେରୀ ନିକଟ ଦେଇ ଫେରୁଥିବା ୫୫ଟି ଗାଈର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଆଉ କିଛି ଗାଈ ପାଚେରୀ ତଳେ ଚାପି ହୋଇ ରହିଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଂଚି କିଛି ଗାଈକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଛି । ତେବେ ୫-ଟି ରୂପାନ୍ତରୀକରଣରେ ଏହି ସ୍କୁଲ ପାଚେରୀ କାମ ନିମ୍ନମାନର କରାଯାଇଥିବାରୁ ପାଚେରୀଟି ଭୁଷୁଡି ପଡ଼ିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣା ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି ।