ବର୍ଷାରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ପ୍ରତିବାଦ: ଘରୋଇ ବ୍ୟାଙ୍କ ବିରୋଧରେ ଏକାଠି ହେଲେ ଗୋପ ବ୍ଲକର ଶତାଧିକ ମହିଳା

82

କନକ ବ୍ୟୁରୋ: ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ବିକ୍ଷୋଭ । ଛତାଧରି କରିଛନ୍ତି ନିଆରା ପ୍ରତିବାଦ । ପଂଜାବ ନାସନାଲ ବ୍ୟାଙ୍କ ନିକଟରେ ଗୋପ ବ୍ଲକର ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା କାର୍ଯ୍ୟ ନହେବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବର୍ଷାରେ ଛତା ଧରି ନିଜ ପ୍ରତିବାଦ କରିବା ସହିତ ଶାଖାପରିଚାଳକଙ୍କୁ ଅଟକ ରଖିଥିଲେ । ସମସ୍ତ କାମ ଅଧାରେ ଅଟକି ଥିବା ବେଳେ ବହୁବାର ଜଣାଇଥିଲେ । ହେଲେ ଏପର୍ଯ୍ୟନ୍ତ କୌଣସି କାମ ସମ୍ପ୍ରୁ୍ଣ୍ଣ ହୋଇପାରିନି । ଯାହାର ପ୍ରତିବାଦ କରିବା ସହିତ ଶାଖା ପରିଚାଳକଙ୍କୁ ବଦଳି ଦାବି କରିଛନ୍ତି ।