କଟକଣା ପରେ ବି ବେଧଡକ ଚାଲିଛି ଗୋ ଚାଲାଣ: ଟ୍ରକ ଆଗରେ ପିଆଜ ଓ ଭିତରେ ଲଦା ହୋଇ ଯାଉଥିଲେ ଗୋରୁ

118

କନକ ବ୍ୟୁରୋ: ଅନେକ କଟକଣା ପରେ ବି ବେଧଡକ ଚାଲିଛି ଗୋ ଚାଲାଣ । ଗୋରୁ ଚାଲାଣ କରିବାକୁ ଦଲାଲ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଯଶୀପୁର ଥାନା ମହାର୍ଦ୍ଦାପଳସା ଗାଁରେ ଏକ ପିଆଜ ବୋଝେଇ ଟ୍ରକରେ ଗୋ ଚାଲାଣ କରାଯାଉଥିବା ବେଳେ ଧରାପଡିଛି । ଦଲାଲ ଲୁଚାଣିଆ ଭାବେ ପିଆଜ ଟ୍ରକରେ ଏହି ଗୋରୁ ସବୁ ଲଦି ନେଉଥିଲେ । ତେବେ ଠିକ୍ ଗାଁ ମଝିରେ ଗାଡି ଖରାପ ହୋଇଯିବାରୁ ଗାଡିଟି ଅଟକି ରହିଥିଲା । କିଛି ସମୟ ପରେ ଗାଡି ମରାମତି କରାଯାଇ ବାହାରୁଥିବା ବେଳେ ଗାଁର ଲୋକେ ସନ୍ଦେହରେ ଗାଡିଟିକୁ ଅଟକାଇଥିଲେ । ଆଉ ସେହି ପିଆଜ ଗାଡି ଭିତରୁ ଅତି ଅମାନୁଷିକ ଭାବେ ଗୋରୁ ମାନଙ୍କୁ ଲଦି ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା । ଗାଁର ଲୋକମାନେ ସମ୍ସ୍ତ ଗୋରୁ ଉଦ୍ଧାର କରିଥିବା ବେଳେ ସେଥିରେ ୫ଟି ମୃତ ଗୋରୁ ମଧ୍ୟ ଉଦ୍ଧାର ହୋଇଛି । ଯାହାକୁ ଦେଖି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ପାଟିତୁଣ୍ଡ କରିଥିିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ମୃତ ଗୋରୁ ରାସ୍ତାରୁ ଉଠାଇବା ସହ ରାସ୍ତା ଅବରୋଧ ହଟାଇଛନ୍ତି । ତେବେ ଏତେ କଟକଣା ପରେ ବି ଗୋ ମାଫିଆ କେମିତି ସକ୍ରିୟ ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ?