ଖେଳପଡିଆରେ ଖଣ୍ଡ ଯୁଦ୍ଧ: ଦଶରଥପୁର ହାଇସ୍କୁଲ ପଡିଆରେ କବାଡି ପ୍ରତିଯୋଗିତା ବେଳେ ଦୁଇ ଦଳ ଓ ସମର୍ଥକ ହାତାହାତି

124

କନକ ବ୍ୟୁରୋ: କବାଡି ଖେଳରେ ଖଣ୍ଡ ଯୁଦ୍ଧ । ପଡିଆରେ ଚାଲିଥିଲା କବାଡି ପ୍ରତିଯୋଗିତା । ଦୁଇ ଦଳ ମାତିଥିଲେ ଖେଳରେ । ଦଶରଥପୁର ହାଇସ୍କୁଲର ଚାଲିଥିଲା ଏହି ପ୍ରତିଯୋଗିତା । ଦଶରଥପୁର ପଂଚାୟତ ଓ ଚିତାଳୋ ଏହି ଦୁଇ ଦଳ ମଧ୍ୟରେ ଖେଳ ଚାଲିଥିବା ବେଳେ ଆରମ୍ଭ ହୋଇଥିଲା ମାଡଗୋଳ । ଦଶରଥପୁର ପଂଚାୟତ ଦଳ ପ୍ରଥମେ ଆକ୍ରମଣ କରିଥିଲା । ଖେଳ ମଝିରେ ପରସ୍ପର ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେମାନଙ୍କୁ ରୋକିବା ବଦଳରେ ପାଖରେ ଥିବା ଲୋକ ପାଲଟିଥିଲେ ଦେଖଣାହାରୀ । ଉଭୟ ଦଳ ମଧ୍ୟରେ ପଡିଆରେ ଖଣ୍ଡ ଯୁଦ୍ଧ ଚାଲିଥିଲା । ପରସ୍ପରର ଆକ୍ରମଣରେ କିଛି ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।