ଶିଳ୍ପୀଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା? ମୃତ୍ୟୁ ପଛରେ କାରଣକୁ ନେଇ ଜୋରଦାର ଚର୍ଚ୍ଚା

214

କନକ ବ୍ୟୁରୋ: କେମିତି ହେଲା ଶିଳ୍ପୀଙ୍କ ମୃତ୍ୟୁ? ଆତ୍ମହତ୍ୟା ନା ହତ୍ୟା? ମୃତ୍ୟୁର କାରଣ କ’ଣ? କଟକ ଶ୍ରୀରାମନଗର ସ୍ଥିତ ଭଡାଘରୁ ମା, ଛୁଆଙ୍କ ମୃତଦେହ ଉଦ୍ଧାର ପରେ, ଏମିତି ଅନେକ ପ୍ରଶ୍ନ ଉଠୁଥିବାବେଳେ ସାମନାକୁ ଆସିଛି, ଶିଳ୍ପୀଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟ ।

ମୃତଦେହ ଉଦ୍ଧାର ହେବାର ମାତ୍ର କିଛି ପୂର୍ବରୁ, ରବିବାର ବିଳମ୍ବିତ ରାତିରେ ଶିଳ୍ପୀଙ୍କ ଫେସବୁକ ଆକଉଣ୍ଟରୁ ଏହି ପୋଷ୍ଟ କରାଯାଇଥିଲା । ଯେଉଁଥିରେ ଲେଖା ଅଛି, ଆଇ କ୍ୱିଟ୍ । ବିକଜ ଦାଟ ୱାଜ୍ ପ୍ରୋବାବଲି ଦ ଓନଲି ଅପସନ, ଅନଟିଲ । ଅର୍ଥାତ ମୁଁ ହାରିଯାଇଛି, କାରଣ ଏହା ଏକମାତ୍ର ବିକଳ୍ପ । ପୋଷ୍ଟ କରିବାର ମାତ୍ର କିଛି ଘଣ୍ଟା ପରେ ଶିଳ୍ପୀଙ୍କ ମୃତଦେହ ଉଦ୍ଧାର ହେବା ଦର୍ଶାଉଛି କେଉଁଠି ନା କେଉଁଠି ସେ ନିଜକୁ ଅସହାୟ ବୋଲି ଧରି ନେଇଥିଲେ । ହାରିଯାଇଥିଲେ ବୋଲି ଭାବି ନେଇଥିଲେ ।

ମୃତ୍ୟୁ ପୂର୍ବରୁ ଶିଳ୍ପୀ ତାଙ୍କ ଭଉଣୀଙ୍କ ନିକଟକୁ ହ୍ୱାଟଆପରେ କରିଥିବା ମେସେଜ ଉପରେ ନଜର ପକାନ୍ତୁ । ଯେଉଁଥିରେ ଲେଖିଥିଲେ,
ସରି ଦିଦି.. ଆଇ ଲଭ ୟୁ.. ମମି ପାପା ତତେ ଲାଗିଲେ.. ଟେକ୍ କେୟାର..
ସେ ଲୁସି ଜିନିଷ ସବୁ ଲୋନ୍ ପକେଇକି ମୋତେ ମିଛ କହିକି ମ୍ୟାରେଜ କରିଛନ୍ତି..
ନା ମୁଁ ଆଉ ନା ହି ମୋ ଜିନିଷ ସେଠି କିଛି ବି ରହିବାକୁ ଦବୁ… ମୋର ରେଂଟ ଘରେ ବି ଖଟକୁ ଛାଡିଦେଲେ ସବୁ ମୋର । ଆଉ ସେଠିବି ମୋ ଗୋଦରେଜ, ଖଟ, ଡ୍ରେସିଂ ଟେବୁଲ, ଫ୍ୟାନ, ଟ୍ରଙ୍କ ଆଉ ଯାହା ବି ନେଇକି ଯାଇଥିଲି ଟ୍ରକରେ ସବୁ ସେଠୁ ଆଣିବୁ.. ସରି ବଟ୍ ମୋ ପାଖରେ ଆଉ କିଛି ରାସ୍ତା ହିଁ ନାହିଁ.. ସବୁବେଳେ ମାଡ, ଗାଳି, ଭାଷା, ଝଗଡା, ବ୍ଲାକମେଲ,.. ମୁଁ ସହିପାରୁନି ଦିଦି …

ଶିଳ୍ପୀ ନିଜ ବିବାହ ପରେ ସୋସିଆଲ ମିଡିଆରେ ନିଜ ନାଁ ସହ ନିଜ ସ୍ୱାମୀଙ୍କ ନାଁ ଯୋଡିଥିଲେ । ଏବଂ ଶିଳ୍ପୀ ସନ୍ତୋଷ ଖୁଂଟିଆ ଲେଖିଥିଲେ । ଏବେ ଏହି ପୋଷ୍ଟ ଉପରେ ନଜର ପକାନ୍ତୁ । ନିଜର ଏକ ଫୋଟୋ ସେୟାର କରିବା ସହ ଶିଳ୍ପୀ ଲେଖିଛନ୍ତି, ବି ଦ ଗର୍ଲ ହୁ ଚୁଜ୍ ଟୁ କଂଟିନିଉ । ଅର୍ଥାତ ସେହି ଝିଅ ହୁଅ ଯିଏକି ସବୁବେଳେ ଆଗକୁ ବଢିବାକୁ ଚାହେଁ । ଆଉ ଗୋଟିଏ ପୋଷ୍ଟରେ ଯେଉଁଥିରେ ନିଜ ଫୋଟୋ ସହ ଶିଳ୍ପୀ ଲେଖିଛନ୍ତି, ସି ଇଜ୍ ମ୍ୟାଜିକାଲ ଲାଇକ ଦ ମୁନ୍, ନୋ ମ୍ୟାଟର ହାଓ ମ୍ୟାସି ଦ ନାଇଟ ଟର୍ଣ୍ଣସ । ଅର୍ଥାତ, ସେ ଚନ୍ଦ୍ର ପରି କୁହୁକ ଅଟେ ରାତି ଯେତିକି ବି ବୋଝଗ୍ରସ୍ତ ହେଉନା କାହିଁକି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ତାଙ୍କ ଫୋଟୋକୁ ଦେଖିଲେ ମନେ ହୁଏ ସବୁବେଳେ ସଜେଇ ହୋଇ ଓ ଜୀବନକୁ ଉପଭୋଗ କରୁଥିବା ଝିଅ ଟିଏ ହୋଇଥିବେ ବୋଧହୁଏ ଶିଳ୍ପୀ । ‘

ପ୍ରଶ୍ନ ଉଠୁଛି, ସୋସିଆଲ ମିଡିଆ ଆକାଉଣ୍ଟରେ ଯେଉଁ ଝିଅ ନିଜକୁ ଭଲପାଉଥିବା ଏକ ଝିଅ ବୋଲି ବାରମ୍ବାର ଲେଖୁଥିଲେ । ବିବାହ ପରେ ନିଜର ସରନେମକୁ ବଦଳାଇ ଖୁଂଟିଆ ଲେଖିଥିଲେ, ସେ ଅଚାନକ ଏମିତି ପୋଷ୍ଟ କରିବା ପଛର ରହସ୍ୟ କଣ । ତାଙ୍କ ଜୀବନରେ ଏମିତି କଣ ଘଟିଲା ଯେଉଁଥିପାଇଁ ଏଭଳି ନିଷ୍ପତି ନେଲେ ।