ପ୍ରେମ ଜାଲରେ ଫଶାଇବା ପରେ କରୁଥିଲା ହତ୍ୟା: ୧୫ ବର୍ଷରେ ୧୬ ଝିଅଙ୍କ ଜୀବନ ନେଇଥିବା ସିରିଏଲ କିଲରର କାହାଣୀ

530

କନକ ବ୍ୟୁରୋ: ୧୯୯୪ ମସିହାରୁ ୨୦୦୯ । ଆତଙ୍କ ରଚିଥିଲା ସିରିଏଲ କିଲର । ଗୋଆରେ ସୁନ୍ଦର ଝିଅଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ଆଉ ପରେ ଦୁପଟାରେ ଗଳା ଚିପି କରୁଥିଲା ହତ୍ୟା । ତେବେ ଏହି ସିରିଏଲ କିଲର ୧୯ରୁ ୨୫ ବର୍ଷର ଝିଅଙ୍କୁ କରୁଥିଲା ଟାର୍ଗେଟ । ଗୋଆରେ ଆତଙ୍କ ରଚିଥିବା ମହାନନ୍ଦ ନାଇକଙ୍କ କାହାଣୀ ।

ମହାନନ୍ଦ ନାଇକଙ୍କ ଘର ନର୍ଥ ଗୋବାର ତାରାବେଲମ ଗାଁର ମୂଳ ବାସିନ୍ଦା । ନିଜ ପତ୍ନୀ ଏବଂ ଚାରି ବର୍ଷର ଝିଅ ସହ ରହୁଥିଲେ । ଗାଁର ଲୋକଙ୍କ ସହ ମିଶନ୍ତି ନାହିଁ କିମ୍ବା କାହାସହ କିଛି କଥା ହୁଅନ୍ତି ନାହିଁ । ସବୁବେଳେ ଚୁପଚାପ ରୁହନ୍ତି । ସେ ଘରେ ରହି ଝିଅର ସେବା କରୁଥିବାବେଳେ ପତ୍ନୀ ଚାକିରୀ କରି ପରିବାର ପୋଷୁଥିଲେ । କିନ୍ତୁ ଯେତେବେଳେ ସେ ଜଣେ ସିରିଏଲ କିଲର ବୋଲି ପୁଲିସ ଗାଁରେ ପହଚିଂଥିଲା କେହି ବିଶ୍ୱାସ କରିପାରିନଥିଲେ । ପରେ ଯେତେବେଳେ ଖବର କାଗଜ ଏବଂ ଟିଭିରେ ଖବର ପ୍ରକାଶ ପାଇଥିଲା ଗାଁଲୋକେ ରାଗି ଯାଇଥିଲେ । ଲୋକେ ତାଙ୍କ ଘରେ ନିଅାଁ ଲଗାଇ ଦେଇଥିଲେ । ୧୯୯୪ ମସିହାରୁ ହତ୍ୟା କରିବା ଆରମ୍ଭ କରିଥିବାବେଳେ ୨୦୦୯ ମସିହାରେ ପୁଲିସ ଧରିବାରେ ସକ୍ଷମ ହୋଇଥିଲା । ନିଜର ଦୋଷକୁ ମାନିବା ସହ ଜେଲ ମଧ୍ୟ ଯାଇଛନ୍ତି ।

ତେବେ ଯେତେବେଳେ ସେ ଏଭଳି ଆତଙ୍କ ରଚିଥିଲେ ସୁନ୍ଦରୀ ଝିଅମାନେ ଘରୁ ବାହାରିବାକୁ ଡରୁଥିଲେ । ଗୋଆ ଏଭଳି ଏକ ସ୍ଥାନ ଯେଉଁଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । କିନ୍ତୁ ଯେତେବେଳେ ସିରିଏଲ କିଲର ଖବର ପ୍ରକାଶ ପାଇଲା ଲୋକେ ଯିବାକୁ ଡରିଥିଲେ । ଯଦି ଆମେ ମହାନନ୍ଦଙ୍କ କଥା କହିବା ତାହେଲେ ସେ ସୁନ୍ଦରୀ ଝିଅଙ୍କୁ ପ୍ରଥମ ଟାର୍ଗେଟ କରୁଥିଲେ । ସେ କିଛି ଝିଅଙ୍କୁ ପ୍ରେମ ଜାଲରେ ଫସାଉଥିଲେ, ବିବାହ କରିବାର ପ୍ରତିଶୃତି ଦେଇ ଗହଣା ନେଇ ଆସିବାକୁ ପ୍ରସ୍ତାବ ଦେଉଥିଲେ । ପ୍ରଥମେ ଶାରିରୀକ ନିର୍ଯାତନା ଦୋବପରେ ଦୁପଟାରେ ତଣ୍ଟି ଚିପି ହତ୍ୟା କରି ସୁନା ଗହଣାକୁ ଲୁଟି ନେଉଥିଲେ । ତେବେ ମହାନନ୍ଦଙ୍କୁ ଦୁପଟା କିଲର ବୋଲି ମଧ୍ୟ କୁହାଯାଏ । ତେବେ ସେ ପ୍ରଥମେ ତାଙ୍କ ସ୍ତ୍ରୀଙ୍କ ବନ୍ଧୁଙ୍କୁ ଟାର୍ଗେଟ କରିଥିଲେ । ପରେ ଗୋଟିଏ ପରେ ଗୋଟିଏ ଝିଅଙ୍କୁ ହତ୍ୟା କରିଥିଲେ । ଦୁପଟା କିଲରଭାବେ ମଧ୍ୟ ଲୋକେ ଡରିଥିଲେ । ଝିଅମାନେ ଏମିତି ଡରି ଯାଇଥିଲେ କି, ଘରୁ ବାହାରୁ ନଥିଲେ ।

୨୦୦୯ ମସିହାରେ ମହାନନ୍ଦଙ୍କୁ ପୁଲିସ ଗିରଫ କରିଥିବାବେଳେ ଜେଲରେ ଆଜିବନ କାରାଦଣ୍ଡ ଭୋଗୁଛନ୍ତି । ଜୁନ୍ ୨୧ ତାରିଖରେ ୨୧ଦିନ ଛୁଟିରେ ଆସିଥିଲେ ମହାନନ୍ଦ । ଗତ ଜୁଲାଇ ୫ ତାରିଖରେ ଛୁଟି ସରିଥିବାବେଳେ ପୁଣିଥରେ ଜେଲକୁ ଯାଇଛନ୍ତି । ତେବେ ପ୍ରଥମଥର ପାଇଁ ଜେଲରୁ ଜଣେ ସିରିଏଲ କିଲର ଛୁଟିରେ ଆସିଛନ୍ତି । କିନ୍ତ ଯେତେବେଳେ ତାଙ୍କ ଛୁଟି ମଞ୍ଜୁର ହୋଇଥିଲା ସେତେବେଳେ ବହୁ ବୁଦ୍ଧିଜୀବୀ ଏବଂ ଲୋକେ ଏହାକୁ ବିରୋଧ କରିଥିଲେ । କାହିଁକି ନାଁ ସେ ବାହାରକୁ ଆସିବା ପରେ କାଳେ କିଛି ଅଘଟଣ ଘଟାଇପାରିବେ ସେହି ଡର ରହିଥିଲା । କିନ୍ତୁ ସେ ସେମିତି କିଛି ଅଘଟଣ ଘଟାଇନାହାନ୍ତି । ଭଲରେ ଭଲରେ ପୁଣିଥରେ ଜେଲକୁ ଫେରି ଯାଇଛନ୍ତି ।