ୟୁକ୍ରେନରୁ ଓଡିଆଙ୍କୁ ଆଣିବାକୁ ପଦକ୍ଷେପ ନେଲେ ରାଜ୍ୟ ସରକାର । ୪ ଜଣଙ୍କୁ ପ୍ରତିନିଧି ଭାବେ ଦେଲେ ଦାୟିତ୍ୱ ।

80

କନକ ନ୍ୟୁଜ୍ : ଯୁଦ୍ଧପ୍ରବଣ ୟୁକ୍ରେନରୁ ଓଡିଆ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା । ୟୁକ୍ରେନରୁ ଆସି ପଡୋଶୀ ଦେଶରେ ଅଟକି ରହିଥିବା ଓଡିଆଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀଙ୍କୁ ଆଣିବା ନେଇ ବ୍ୟବସ୍ଥା ରଖିବାକୁ ୪ ଜଣଙ୍କୁ ପ୍ରତିନିଧି ଭାବେ ଦାୟିତ୍ୱ ଦିଆଯାଇଛି । ତେବେ କିଟ୍, କିସ୍ ବିଶ୍ୱବିଦ୍ୟାଳୟର ଉପସଭାପତି ବିକ୍ରମାଦିତ୍ୟ ପୋଲାଣ୍ଡ ଓ ଅନ୍ୟ ଦେଶରୁ ଛାତ୍ରଛାତ୍ରୀଙ୍କୁ ଆଣିବା ଦାୟିତ୍ୱରେ ରହିବେ । ସେହିପରି ସିନିୟର ଟିଡିପିଏସ ଅଫିସର ଆରୁଷୀ ରାୟ ହଙ୍ଗେରୀରେ ଅଟକିଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ଦାୟିତ୍ୱରେ ରହିବେ । ତା ସହିତ ରୋମାନିଆରେ ଆଶ୍ରୟ ନେଇଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ଦାୟିତ୍ୱରେ ରହିବେ ବୈଶାଳୀ ମହାନ୍ତି । ଏହି ତିନି ଅଫିସରଙ୍କ ସହିତ ଅନୁରାଗ ପଟ୍ଟନାୟକ ସ୍ଲୋଭାକିଆରେ ଅଟକିଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ନେଇ ଯୋଗାଯୋଗ କରିବେ । ଦିଲ୍ଲୀ ସ୍ଥିତ ରେସିଡେଣ୍ଟ କମିସନରଙ୍କ ସହ ଯୋଗାଯୋଗରେ ରହିବେ ଏହି ୪ ପ୍ରତିନିଧି ।