ଗଞ୍ଜାମ ପୋଲସରାରେ ବଢ଼ିବାର ଲାଗିଛି ବେଆଇନ୍ ମଦ ବିକ୍ରି… ଜମୁଛି ମଦ୍ୟପଙ୍କ ଭିଡ଼, ଚୁପ ବସିଛି ଅବକାରୀ ବିଭାଗ ।

271

କନକ ବ୍ୟୁରୋ: ଗଞ୍ଜାମ ପୋଲସରାରେ ବଢ଼ିବାର ଲାଗିଛି ବେଆଇନ୍ ମଦ ବିକ୍ରି । ପାନ ଦୋକାନ ଠାରୁ ଆରମ୍ଭ କରି ବିଦ୍ୟୁତ ସାମଗ୍ରୀ ଦୋକାନରେ ଖୁଲମଖୁଲା ଚାଲିଛି ମଦ ବିକ୍ରି ବେପାର । ସଂଧ୍ୟା ହେଲେ ସେଠାରେ ମଦ୍ୟପଙ୍କ ଭିଡ଼ ଜମୁଛି । ସ୍କୁଲ କଲେଜ, ମନ୍ଦିର ନିକଟ ଏପରିକି ସାହି ଭିତରେ ଚାଲିଛି ବେଆଇନ୍ ମଦର କାରବାର । ମାନ୍ୟତା ପାଇନଥିବା ଦୋକାନମାନଙ୍କରେ ବେଆଇନ୍ ମଦ ବିକ୍ରି ଚାଲୁଥିଲେ ମଧ୍ୟ ସବୁ ଜାଣି ଅବକାରୀ ବିଭାଗ ନିରବ ଦ୍ରଷ୍ଟା ସାଜିଛି । ପୋଲସରାର ମହିଳା ମହାବିଦ୍ୟାଳୟ ଆଗର ଜଣେ ମହିଳା ବେଆଇନଭାବେ ମଦ ବିକ୍ରି କରୁଛନ୍ତି । ଘଟଣାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ।