ଦେଶରେ ବଢିଛି ବାଘ ସଂଖ୍ୟା: ଭାରତରେ ଏବେ ୩ ହଜାରରୁ ଅଧିକ ବାଘ

127

କନକ ବ୍ୟୁରୋ: ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ଦେଶରେ ବଢିଛି ବାଘ ସଂଖ୍ୟା । ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ କର୍ଣ୍ଣାଟକର ମହୀଶୂରରେ ଆୟୋଜିତ ମେଗା ଇଂଭେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘଙ୍କ ନୂଆ ସଂଖ୍ୟାର ରିପୋର୍ଟ ଜାରି କରିଛନ୍ତି । ନୂଆ ହିସାବ ଅନୁସାରେ, ଦେଶରେ ବାଘ ସଂଖ୍ୟା ୩ ହଜାର ଅତିକ୍ରମ କରିଛି । ରିପୋର୍ଟ ଅନୁସାରେ ଦେଶରେ ବାଘ ସଂଖ୍ୟା ୩ହଜାର ୧୬୭ ଅଛି । ସାଧାରଣତଃ ପ୍ରତି ୪ ବର୍ଷରେ ଥରେ ଦେଶରେ ବାଘଙ୍କ ସଂଖ୍ୟା ଜାରି କରାଯାଇଥାଏ ।

-ଦେଶରେ ଏପ୍ରିଲ ପହିଲା ୧୯୭୩ ମସିହାରେ ବାଘ ସୁରକ୍ଷା ପାଇଁ ଆରମ୍ଭ ହୋଇଥିଲା ପ୍ରୋଜେକ୍ଟ ଟାଇଗର
-ଏଥିରେ ଦେଶର ୫୦ ବ୍ୟାଘ୍ର ପ୍ରକଳ୍ପକୁ ସାମିଲ କରାଯାଇଥିଲା
-ଏବେ ବିଶ୍ୱର ୭୦ ପ୍ରତିଶତ ବାଘ ଭାରତରେ ଅଛନ୍ତି
-ପ୍ରତିବର୍ଷ ୬ ପ୍ରତିଶତ ବଢୁଛି ବାଘଙ୍କ ସଂଖ୍ୟା
-ଗତ ୪ ବର୍ଷରେ ପ୍ରାୟ ୨୦୦ ବାଘ ବଢିଛନ୍ତି

କେମିତି ହୁଏ ବାଘ ଗଣନା?
ପାଦଚିହ୍ନ ଓ କ୍ୟାମେରା ଦ୍ୱାରା ହୁଏ ଗଣନା
ଯଦି ତଥ୍ୟ ଉପରେ ନଜର ପକାଇବା ତାହାହେଲେ ଦେଶରେ
୨୦୦୬ରେ ୧୪୧୧ ବାଘ ଥିଲେ
-୨୦୧୦ରେ ୧୭୦୬, ୨୦୧୪ରେ ୨୨୨୬ ଓ ୨୦୧୮ରେ ଏହି ସଂଖ୍ୟା ୨୯୬୭ ଥିଲା
ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ବାଘ ଗଣନା ହୁଏ କିଭଳି
-ବାଘ ଗଣନା ପାଇଁ ପ୍ରଥମେ ବାଘର ପାଦଚିହ୍ନକୁ ସାମ୍ପୁଲ ଭାବେ ନିଆଯାଇଥାଏ
-ବାଘର ପାଦଚିହ୍ନ ଅଲଗା ପ୍ରକାରର ହୋଇଥାଏ, ଯାହା ବାଘକୁ ଟ୍ରାକ କରିବାରେ ସହାୟକ ହୋଇଥାଏ
-ଏବେ କ୍ୟାମେରା ଟ୍ରାପ ମାଧ୍ୟମରେ ଅତ୍ୟାଧୁନିକ ପ୍ରଣାଳୀରେ ବାଘ ଗଣନା କରାଯାଉଛି

ମହୀଶୂରରେ ଏହି କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ମହୀଶୂର ନିକଟସ୍ଥ ବାନ୍ଦିପୁର ଓ ମୁଦୁମଲାଇ ଟାଇଗର ରିଜର୍ଭକୁ ଯାଇଥିଲେ । ଏଠାରେ ସେ ଅଲଗା ଲୁକରେ ନଜର ଆସିଥିଲେ । ଜଙ୍ଗଲ ସଫାରୀ ସମୟରେ ସେ ହାତୀଙ୍କୁ ଖାଇବାକୁ ଦେଇଥିଲେ ଓ ଦୂରବୀକ୍ଷଣ ଯନ୍ତ୍ରରେ ଜଙ୍ଗଲ ସୌନ୍ଦର୍ଯ୍ୟର ମଜା ନେଇଥିଲେ । ଓସ୍କାର ପୁରସ୍କାର ପାଇଥିବା ବହୁଚର୍ଚ୍ଚିତ ଫିଲ୍ମ ଦି ଏଲିଫ୍ୟାଟ ହୁଇସ୍ପର୍ସର ଦୁଇ କଳାକାରଙ୍କୁ ଭେଟିଥିଲେ ।