କଲବଲ କରୁଛି ଗରମ । ଦଶନ୍ଧି ଭିତରେ ୩ ଗୁଣା ବଢିଛି ଏସି ବ୍ୟବହାରକାରୀଙ୍କ ସଂଖ୍ୟା ।

204

କନକ ବ୍ୟୁରୋ: ଅକ୍ଟୋବର ମାସ ଶେଷ ହେବାକୁ ବସିଲାଣି, କିନ୍ତୁ ଏବେ ବି ଗରମରୁ ମିଳୁନି ନିସ୍ତାର । ୨୪ ଘଣ୍ଟାରୁ ପ୍ରାୟ ୧୬ ଘଣ୍ଟା ଭୀଷଣ ଗରମ ହେଉଛି । ପଙ୍ଖା ଚଲେଇଲେ ବି ପର୍ଯ୍ୟାପ୍ତ ହେଉନାହିଁ, ସେଥିପାଇଁ ବାଧ୍ୟ ହୋଇ ଏସି ବ୍ୟବହାର କରୁଛନ୍ତି ଲୋକେ । ତଥ୍ୟ କହୁଛି ଗତ ଏକ ଦଶନ୍ଧି ହେବ ରାଜ୍ୟରେ ଏୟାର କଣ୍ଡିସନ ବ୍ୟବହାରକାରୀଙ୍କ ସଂଖ୍ୟା ବଢିଛି । ଗତ ଦଶନ୍ଧି ଭିତରେ ୩ ଗୁଣା ଏସି ବ୍ୟବହାରକାରୀଙ୍କ ସଂଖ୍ୟା ବଢିଛି । ଏବେ ଆଉ ସୌଖିନର ତାଲିକାରେ ଏସି ରହିନାହିଁ ବରଂ ଆବଶ୍ୟକତା ପାଲଟିଯାଇଛି ।

ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି, ଆଇଇଏ ଅନୁସାରେ

  • ଏସି ବ୍ୟବହାର ଯୋଗୁଁ ୨୦୫୦ ସୁଦ୍ଧା ଭାରତରେ ବିଦ୍ୟୁତ ଚାହିଦା ୯ ଗୁଣା ବଢିବ
  • ୨୦୫୦ ବେଳକୁ ଦେଶର ବିଦ୍ୟୁତ ବ୍ୟବହାର ଆଫ୍ରିକାର ବିଦ୍ୟୁତ ବ୍ୟବହାରକୁ ଟପିଯିବ
  • ଏହା ପଛର ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନ

ପରିବେଶବିତଙ୍କ କହିବା ଅନୁସାରେ, ବର୍ତମାନ ସମୟରେ ବର୍ଷକରେ ୮ ମାସରୁ ଅଧିକ ସମୟ ଗ୍ରୀଷ୍ମ ଅନୁଭୁତ ହେଉଛି । ପ୍ରବଳ ଗରମ ଯୋଗୁଁ ଲୋକେ ଏସିର ବ୍ୟବହାର କରୁଛନ୍ତି , ଆଉ ଅଧିକ ଏସି ବ୍ୟବହାର ଯୋଗୁଁ ସେଥିରୁ ଉତ୍ତାପ ନିର୍ଗତ ହେଉଛି । ଯାହାକି ବାୟୁମଣ୍ଡଳର ତାପମାତ୍ରା ବଢାଉଛି । ସଜାଗ ହେବା ପାଇଁ ଆଲର୍ଟ କରିଛି ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ତଥ୍ୟ । ତେବେ ବେଳ ଥାଉ ଥାଉ ଏହି ଦିଗରେ ସ୍ୱତନ୍ତ୍ର ଯୋଜନା ନକଲେ ଆଗକୁ ପରିସ୍ଥିତି ଖରାପ ହୋଇପାରେ ବୋଲି ଆକଳନ କଲେଣି ଶକ୍ତି ବିଶେଷଜ୍ଞ ।