କନକ ବ୍ୟୁରୋ: ଯେଉଁ ଇସଲାମିକ ରାଷ୍ଟ୍ରଗୁଡ଼ିକ ଇସ୍ରାଏଲକୁ ବିରୋଧ କରୁଛନ୍ତି ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛି ସିରିଆ । ଇସ୍ରାଏଲର ଗୋଲନ୍ ହାଇର୍ଟ୍ସ’ ଉପରେ ସିରିଆର ରକେଟ ମାଡ଼ ପରେ ପାଲଟା ଜବାବ୍ ଦେଇଛି ଇସ୍ରାଏଲ୍ । ସିରିଆର ସେନା ବେସକୁ ମିସାଇଲ ମାଡ କରି ମାଟିରେ ମିଶାଇ ଦେଇଛି । ଅନ୍ୟପଟେ ଯୁଦ୍ଧ ଭିତରେ ଏବେ ତୁର୍କୀର ପ୍ରବେଶ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ତୁର୍କୀ କହିଛି…
- ନରସଂହାର କରୁଛି ଇସ୍ରାଏଲ ଓ ଏହାର ଜବାବ ଦିଆଯିବ
- ବିଜୟ ସହ ପାଲେଷ୍ଟାଇନ ସ୍ୱତନ୍ତ୍ର ରାଷ୍ଟ ଭାବେ ଗଠନ ହେବ
ଇଜିପ୍ଟ କହିଛି
- ଇସ୍ରାଏଲ-ପାଲେଷ୍ଟାଇନ ବିବାଦର ସମାଧାନ ପାଇଁ ଇଜିପ୍ଟ ସକରାତ୍ମକ ଭୂମିକା ତୁଳାଉଛି
ଯୁଦ୍ଧ ଭିତରେ ବସିଲା ବଡ଼ ବୈଠକ । ଗୋଟିଏ ପଟେ ଯୁଦ୍ଧ ଚାଲିଛି, ଆଉ ଗୋଟିଏ ପଟେ ଲେବାନନରେ ହେଜବୁଲ୍ଲା ଓ ହମାସା କମାଣ୍ଡରଙ୍କ ମଧ୍ୟରେ ବସିଛି ଗୁପ୍ତ ବୈଠକ । ହେଜବୁଲ୍ଲା ମୁଖ୍ୟ ସୟଦ ହସନ ନସରୁଲ୍ଲା ହମାସର ଟପକମାଣ୍ଡଙ୍କ ସହ ବୈଠକ କରିବା ପରେ ଯୁଦ୍ଧ ଉଗ୍ର ହେବାର ଆଶଙ୍କା ବଢ଼ିଛି ।
- ମଧ୍ୟପ୍ରାଚ୍ୟରେ ଆମେରିକାର ‘ଏଫ-୧୬’ ଯୁଦ୍ଧ ବିମାନ ମୁତୟନ
- ବାଇଡେନ କହିଲେ ଯୁଦ୍ଧ ବିରାମ ନିଷ୍ପତି କେବଳ ଇସ୍ରାଏଲର
ଯୁଦ୍ଧରେ ଇସ୍ରାଏଲକୁ ପାଶ୍ଚାତ୍ୟ ଦେଶମାନଙ୍କ ସମର୍ଥନ ମିଳୁଥିବାବେଳେ ସବୁଠୁ ଆଗରେ ରହିଛି ଆମେରିକା । ସାମାରିକ ସହାୟତା ଯୋଗାଇ ହମାସ ବିରୋଧରେ ଇସ୍ରାଏଲର ସାଥ୍ ଦେଉଛି । ବୁଧବାର ମଧ୍ୟପ୍ରାଚ୍ୟରେ ଆମେରିକା ଯୁଦ୍ଧ ବିମାନ ଏଫ ୧୬କୁ ମୁତୟନ କରିଥିବା ଜଣାପଡିଛି । ଅନ୍ୟପଟେ ଯୁଦ୍ଧ ବିରତି ଉପରେ ବୟାନ ରଖି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଏହି ନିଷ୍ପତି କେବଳ ଇସ୍ରାଏଲର । ଏସବୁ ଭିତରେ ୧୯ଦିନରେ ପହଁଚିଛି ଇସ୍ରାଏଲ-ହମାସ ଯୁଦ୍ଧ । ଘନ ଘନ ଆକ୍ରମଣ-ପ୍ରତି ଆକ୍ରମଣରେ କ୍ଷଣିକରେ ଯାଉଛି ଜୀବନ । ଏବେ ସୁଦ୍ଧା ୩୫ଶହ ଶିଶୁଙ୍କ ସମେତ ୭ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ସେପଟେ ୨ଶହ ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ କରି ରଖିଛି ହମାସ । ତେବେ ମାନବିକତା ଦୃଷ୍ଟିରୁ କିଛି ପଣବନ୍ଦୀଙ୍କୁ ମୁକ୍ତ କରୁଛି ହମାସ ।