ମାଓ ସଂଗଠନର ଶକ୍ତି ଭାଙ୍ଗିବ ଏନଆଇଏ: ଖୋଲିବ ଲାଲଗଡର ଅନେକ ଗୁମର ! ଦୁର୍ଦ୍ଦାନ୍ତ ଦୁବାସୀ ଶଙ୍କରଠାରୁ ଓଗାଳିବେ ମାଓ କ୍ୟାମ୍ପର କଥା

92

କନକ ବ୍ୟୁରୋ: ଗତ ୩ ଦଶନ୍ଧି ଧରି ଲାଲଗଡରେ କରୁଥିଲା ରାଜ । ଖେଳୁଥିଲା ରକ୍ତର ହୋଲି । ଓଡିଶା ସମେତ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ନିଜ ସାମ୍ରାଜ୍ୟ ବଢାଇଚାଲିଥିଲା । ଗତ ସେପଟେମ୍ବରରେ ଗିରଫ ହେବା ପରେ ଏବେ ଜେଲରେ ବିତୁଛି ଦୁବାସୀର ସମୟ । ଲାଲଗଡର ଭିତିରି କଥା ଜାଣିବା ପାଇଁ ଭୁବନେଶ୍ୱର ଝାରପଡା ଜେଲରେ ପହଂଚିଛି ଏନଆଇଏ ଟିମ । ପଶ୍ଚିମବଙ୍ଗରୁ ଆସିଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥାର ଦୁଇ ଜଣିଆ ସଦସ୍ୟ । ଦିନ ତମାମ ଚାଲିଥିଲା ମାରାଥନ ଜେରା । ବିଶେଷଜ୍ଞଙ୍କ କହିବା ଅନ୍ୟୁଯାୟୀ ଝାରପଡା ଜେଲରେ ଏନଆଇଏ ତଦନ୍ତ କରିବା ସୂଚାଇ ଦେଉଛି ଯେ, ମାଓ ସଂଗଠନକୁ ନିପାତ କରିବା ପାଇଁ ସରକାର ଚିନ୍ତା କଲେଣି । ଦୁବାସୀଙ୍କୁ ଜେରା କରିବା ପରେ ମାଓ ସଂଗଠନ ନେଇ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

ଓଡିଶା ସମେତ ଆନ୍ଧ୍ରପ୍ରଦେଶ ଓ ତେଲାଙ୍ଗନାରେ ଦୁବାସୀଙ୍କ ବିରୋଧରେ ରହିଛି ୭୬ଟି ସଂଗୀନ ମାମଲା । ଦୁବାସୀଙ୍କ ନେତୃତ୍ୱରେ ଅନେକ ହିଂସାକାଣ୍ଡ ଘଟିଛି ।
୨୦୦୯ : ଦାମନଯୋଡି ପୋଲିସ-ମାଓବାଦୀ ଗୁଳି ବିନିମୟରେ ୧୦ ସିଆଇଏସଏଫ ସହିଦ ହୋଇଥିଲେ
୨୦୧୦ : ଗୋବିନ୍ଦପାଲି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୧୧ ପୋଲିସ ସହିଦ ହୋଇଥିଲେ
୨୦୧୨ : ଚିତ୍ରକୋଣ୍ଡା ହିଂସାକାଣ୍ଡ ଘଟଣାରେ ବିଏସଏଫର ଜଣେ କମାଣ୍ଡାଣ୍ଟଙ୍କ ସହ ୩ ଜବାନ ସହିଦ
ଦୁବାସୀଙ୍କ ନାରେ ଦେଶଦ୍ରୋହର ମାମଲା ବି ରହିଛି । ଅପରାଧର ପୃଷ୍ଠା ପାଇଁ ତାଙ୍କୁ କଠୋରରୁ କଠୋର ଦଣ୍ଡ ମିଳିପାରିବ ବୋଲି କହିଛନ୍ତି ଆଇନଜୀବୀ । ।

୧୯୮୭ରେ ମାଓ ସଂଗଠନରେ ସଦସ୍ୟ ଭାବେ ଯୋଗ ଦେଇଥିଲା ଦୁବାସୀ ଶଙ୍କର । ପଦୋନ୍ନତି ହୋଇ ସ୍ପେଶାଲ ଜୋନାଲ କମିଟି ମେମ୍ବର, ଏହାପରେ ଆନ୍ଧ୍ର-ଓଡିଶା ସୀମା ସ୍ପେଶାଲ ଜୋନାଲ କମିଟି ଏବଂ ଗିରଫ ବେଳକୁ ଷ୍ଟେଟ ମିଲିଟାରୀ କମିଶନରର ଦାୟିତ୍ୱ ତୁଲାଇଥିଲେ ।