ଦିଲ୍ଲୀରେ ପ୍ରଦୂଷଣ କମାଇବାକୁ କେଜ୍ରିୱାଲ ସରକାରଙ୍କ ନୂଆ ଉପାୟ: ୧୦ ବର୍ଷର ପୁରୁଣା ଡିଜେଲ ଗାଡ଼ିକୁ କରାଯିବ ଅଣପଂଜୀକୃତ, ୧୫ ବର୍ଷର ଗାଡ଼ିକୁ ମିଳିବନି ଏନଓସି 

132

କନକ ବ୍ୟୁରୋ: ଦିଲ୍ଲୀରେ ପ୍ରଦୂଷଣ ଏକ ବଡ଼ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାର କିପରି ପ୍ରଭାବୀ ଢଙ୍ଗରେ ମୁକାବିଲା କରାଯିବ, ସେନେଇ କୌଶଳ ଖୋଜୁଛନ୍ତି ଅରବିନ୍ଦ କେଜ୍ରିିୱାଲ ସରକାର  । ଏହି କ୍ରମରେ ଏବେ ଡିଜେଲ ଗାଡ଼ି ଗୁଡ଼ିକ ଉପରେ କଟକଣା ବଢ଼ାଇବାକୁ ଯାଉଛନ୍ତି  । ୧୦ ବର୍ଷ ପୂରଣ କରିସାରିଥିବା ସବୁ ଡିଜେଲ ଗାଡ଼ି ଉପରେ କଟକଣା ଲଗାଇବାକୁ ଯାଉଛନ୍ତି ଦିଲ୍ଲୀ ସରକାର  । ଜାନୁଆରୀ ୧ ତାରିଖରୁ ୧୦ ବର୍ଷର ପୁରୁଣା ଡିଜେଲ ଗାଡ଼ିକୁ ଅଣ ପଂଜୀକୃତ କରାଯିବ  ।

ହେଲେ ଏହି ସବୁଗାଡ଼ିକୁ ନୋ ଅବଜେକ୍ସନ୍ ସାଟିଫିକେଟ୍ ବା ଏନଓସି ଦିଆଯିବ, ଫଳରେ ଏହି ଗାଡ଼ି ଗୁଡ଼ିକୁ ଦିଲ୍ଲୀକୁ ଛାଡ଼ି ଅନ୍ୟ ସ୍ଥାନରେ ଚଳାଚଳ କରିପାରିବେ  । ହେଲେ ଯେଉଁ ଡିଜେଲ ଗାଡ଼ି ସବୁ  ୧୫ ବର୍ଷ ପୂରଣ କରିସାରିଛନ୍ତି, ଏସବୁର ଚଳାଚଳ ଉପରେ ଏକ ପ୍ରକାର ରୋକ ଲାଗିଯିବ  । କାରଣ ଏହି କ୍ଷେତ୍ରରେ କୌଣସି ଏନଓସି ପ୍ରଦାନ କରାଯିବ ନାହିଁ  । ପୂର୍ବରୁ ଦିଲ୍ଲୀ ବଢ଼ୁଥିବା ପ୍ରଦୂଷଣକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ ଦିଲ୍ଲୀ ସରକାରଙ୍କ ଠାରୁ ଜବାବ ମାଗିଥିଲେ, ଏହାସହ ଡିଜେଲ ଗାଡ଼ି ଗୁଡ଼ିକ ଉପର କଟକଣା ବଢ଼ାଇବାକୁ ପରାମର୍ଶ ଦେଇଥିଲେ  ।