ଗରିବ ଲୋକ ଏବେ ସହଜର ନିର୍ମାଣ କରିପାରିବେ ବାସଗୃହ । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ରିହାତି ଦେବେ ରାଜ୍ୟ ସରକାର

476

କନକ ବ୍ୟୁରୋ : ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କି ସ୍ୱୟଂ ଯୋଜନା । ଏହାସହ ନିର୍ବାଚନ ପୂର୍ବରୁ ରାଜ୍ୟସରକାର ରାଜ୍ୟର ଗରିବ ଓ ନିମ୍ନ ମଧ୍ୟବିତ ପରିବାର ପାଇଁ ବଡ ଘୋଷଣା କରିଛନ୍ତି । ରାଜ୍ୟ ସରକାର କହିଛନ୍ତି କି, ଯଦି ରାଜ୍ୟରେ ପୁଣିଥରେ ବିଜେଡି ସରକାର ଗଠନ କରେ ତେବେ ରାଜ୍ୟରେ ଥିବା ଗରିବ ଓ ମଧ୍ୟବିତ ପରିବାରକୁ ରିହାତି ସୁଧରେ ଗୃହଋଣ ଯୋଗାଇ ଦିଆଯିବ ।

ଯେଉଁମାନଙ୍କ ମୁଣ୍ଡ ଉପରେ ଛାତ ନାହିଁ ବା ବଡ ଘର କରିବାକୁ ଚାହୁଁଛନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ସୁଧ ଉପରେ ରିହାତି ମଳିବ । ଏହାଦ୍ୱାରା ରାଜ୍ୟରେ ନିମ୍ନ ମଧ୍ୟବିତ ପରିବାର ଟିକେ ବଡ ଘର କରିବାର ସ୍ୱପ୍ନ ସାକାର ହେବ ବୋଲି ରାଜ୍ୟ ସରକାର କହିଛନ୍ତି । ଏହି ଯୋଜନାରେ ବିଶେଷ କରି ରାସନକାର୍ଡ ହିତାଧିକାରୀମାନେ ଲାଭ ପାଇପାରିବେ । ଏହାକୁ ମଧ୍ୟ ବିଜେଡି ନିର୍ବାଚନୀ ମୁଦ୍ଦା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଙ୍ଗିଶାର ୪.୫ କୋଟି ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା କରି ସେମାନଙ୍କୁ ଲାଭାନ୍ୱିତ କରିବାକୁ ଚେଷ୍ଟା କରିଛନ୍ତି ।

ଏସବୁ ଯୋଜନା ଭିତରେ ଏହି ଯୋଜନା ଲାଗୁ ହେଲେ ଅନେକ ଲୋକ ଲାଭାନ୍ୱିତ ହେବେ । କାରଣ ବ୍ୟାଙ୍କଗୁଡିକ ଅନ୍ୟ ଋଣ ଠାରୁ ଗୃହଋଣ ଉପରେ ଅଧିକ ସୁଧ ନେଇଥାନ୍ତି । ଫଳରେ ଗରିବ ଓ ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକମାନେ ବ୍ୟାଙ୍କରୁ ଗୃହ ଋଣ ଆଣି ଘର କରିବାକୁ ଭୟ କରିଥାନ୍ତି । ଯଦି ପୁଣିଥରେ ରାଜ୍ୟରେ ବିଜେଡି ସରକାର ଆସେ ତେବେ ଅପେକ୍ଷାକୃତ ଟିକେ ବଡ ଘର କରିବାର ସ୍ୱପ୍ନ ମଧ୍ୟବିତ ଲୋକଙ୍କର ସାକାର ହୋଇପାରିବ ।