ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ । ୩ଟି ଜିଲ୍ଲାରେ କରିବେ ପ୍ରଚାର । କେନ୍ଦୁଝର, ଭଦ୍ରକ, ସମ୍ବଲପୁରରେ କାର୍ଯ୍ୟକ୍ରମ ।

301

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ୩ଟି ଜିଲ୍ଲାରେ ପ୍ରଚାର କରିବେ । କେନ୍ଦୁଝର, ଭଦ୍ରକ ଓ ସମ୍ବଲପୁରରେ ପ୍ରଚାର କରିବେ ନବୀନ । ପୂର୍ବାହ୍ନରେ କେନ୍ଦୁଝର ଯାଇ ସେଠାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଗୋପୀନଥପୁରରେ ଜନସଭା କରିବେ ନବୀନ । ଏହାପରେ ଆନନ୍ଦପୁରରେ ମଧ୍ୟ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଭଦ୍ରକ ଯାଇ ଭଣ୍ଡାରୀପୋଖରୀରେ ଜନସଭା କରିବେ ବିଜେଡି ସୁପ୍ରିମୋ । ସେଠାରୁ ମୁଖ୍ୟମନ୍ତ୍ରୀ ଅପରାହ୍ନ ୩ଟା ସୁଦ୍ଧା ନବୀନ ନିବାସ ଫେରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ହେଲେ ଏହି କାର୍ଯ୍ୟକ୍ରମକୁ ରିଜର୍ଭ ରଖାଯାଇଛି । ରେଙ୍ଗାଲି ଯାଇ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିବେ ।