ତପସ୍ୱିନୀ-ସୁମିତ ସମ୍ପର୍କରେ ନୂଆ ଟ୍ୱିଷ୍ଟ: ତପସ୍ୱିନୀଙ୍କ ଅଭିଯୋଗର ଜବାବ ରଖିଲେ ସୁମିତ

199

କନକ ବ୍ୟୁରୋ: ନୂଆମୋଡ ନେଉଛି ବ୍ରହ୍ମପୁରର ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ସମ୍ପର୍କ । ଉଭୟଙ୍କୁ ପୁଣି ଏକାଠି ରହିବାକୁ ବ୍ରହ୍ମପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ୧୦ ତାରିଖରୁ ସୁମିତଙ୍କ ଖୋଜଖବର ନଥିଲା । ସୁମିତ ଫେରାର ଥିବା ତପସ୍ୱିନୀ ଅଭିଯୋଗ କରିବା ପରେ ଅଡିଓ ମେସେଜରେ ଜବାବ ରଖିଛନ୍ତି ସୁମିତ । ଆଉ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସୁମିତ କହିଛନ୍ତି

-ସେ ଫେରାର ହୋଇନାହାନ୍ତି ବରଂ ଅସୁସ୍ଥତା ପାଇଁ ବିଶ୍ରାମ ନେଉଛନ୍ତି
ତପସ୍ୱିନୀ ତାଙ୍କ ଜୀବନକୁ ବର୍ବାଦ କରିଦେଇଛନ୍ତି
ଅସୁସ୍ଥ ଥିବାରୁ ତପସ୍ୱିନୀଙ୍କ ଉପସ୍ଥିତିରେ ବିଶ୍ରାମ ନେବାକୁ ଅସହଜ ଲାଗୁଛି
ସାଙ୍ଗ ସାଥୀଙ୍କ ଜରିଆରେ ଭଡା ଘର ଖୋଜୁଛନ୍ତି
ମିଡିଆ ସାମ୍ନାରେ ତାଙ୍କୁ ଓ ତାଙ୍କ ପରିବାରକୁ ବଦନାମ ନକରନ୍ତୁ ତପସ୍ୱିନୀ
ସହାନୁଭୂତି ପାଇବା ପାଇଁ ତପସ୍ୱିନୀ ମିଡିଆ ଆଗରେ ସେମିତି କିଛି କୁହନ୍ତୁ ନାହିଁ

ସେପଟେ ସୁମିତଙ୍କ ଅଭିଯୋଗର ଜବାବ ରଖିଛନ୍ତି ତପସ୍ୱିନୀ । ଜବାବରେ ସେ କହିଛନ୍ତି.
-ତାଙ୍କୁ ଅତ୍ୟାଚାର ଓ ନିର୍ଯାତନା ଦିଆଯାଇଥିବାରୁ ସେ ବାହାରକୁ ଆସି ଲଢେଇ କରୁଛନ୍ତି
-ମିଡିଆ ଆଗରେ ଯାହା ସତ ସେୟା କହିଛନ୍ତି
-ବିବାହ କରିଛନ୍ତି, ଜୀବନ ନଷ୍ଟ କରିଦେଲେ । ତାଙ୍କର କିଛି ଅସୁବିଧା ହେବନି । କିନ୍ତୁ ମୋର ଇଜ୍ଜତ ଯାଇଛି ।
-କୋର୍ଟଙ୍କ କହିବା ପରେ ବି ନିଷ୍ପତି ମାନୁନ । ମରିବା ପରେ ବୋଧେ ତମେ ଶାନ୍ତି ପାଇବ ।

ତପସ୍ୱିନୀ-ସୁମିତଙ୍କ ଏଭଳି ବିବାଦ ମଧ୍ୟରେ ଆଉ ଏକ ଦିଗ ସାମ୍ନାକୁ ଆସିଛି । ଆଉ ୮ ଦିନ ପାଇଁ ଅଧିକ ଛୁଟି ମାଗିଛନ୍ତି । ପୂର୍ବରୁ ମଧ୍ୟ ସେ ୫ ଦିନ ଛୁଟିରେ ଯାଇଥିଲେ । ଧାର୍ଯ୍ୟ ଠାରୁ ଅଧିକା ଛୁଟି ନେଉଥିବାରୁ ସୁମିତଙ୍କ ଦରମା କାଟ୍ ହେବ ବୋଲି ଜଣାପଡିଛି । ଏବେ ବିବାଦର ଶୁଣାଣି ୧୭ ତାରିଖରେ ହେବ । ଏହି ଦିନ ଉଭୟପକ୍ଷ ନିଜର ପକ୍ଷ ରଖିବେ । ତେଣୁ ସମସ୍ତଙ୍କ ନଜର ରହିଛି ବ୍ରହ୍ମପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ଉପରେ ।