ଗଞ୍ଜେଇ ଚାଲାଣର ନୂଆ ତରିକା: ଭିତରେ ଗଂଜେଇ, ବାହାରେ ବ୍ୟାଟେରି, ଟ୍ରେନରେ ଯାଉଥିଲା ମାଷ୍ଟରମାଇଣ୍ଡ

509

କନକ ବ୍ୟୁରୋ: ବ୍ୟାଟେରୀ ଟ୍ରକରେ ଥିଲା ଗଂଜେଇ । ଗିରଫ ହେଲେ ୩ ଅଭିଯୁକ୍ତ । ବିହାର ଚୋରା ଚାଲାଣ ବେଳେ ମାଡିବସିଛି କ୍ରାଇମବ୍ରାଂଚ ଏସଟିଏଫ । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପଶ୍ଚିମବଙ୍ଗ ଯାଇଛି ତଦନ୍ତକାରୀ ଟିମ୍ । ଏସଟିଏଫ ସୂଚନା ଅନୁସାରେ, ଟ୍ରକଟି ଆନ୍ଧ୍ରପ୍ରଦେଶ ବିଜୟନଗରମରୁ ବିହାର ଯାଉଥିବା ବେଳେ ବ୍ରହ୍ମପୁର ନିକଟରେ ଗଂଜେଇ ଭର୍ତି କରାଯାଇଥିଲା । ଆଉ ଗାଡି କୁଆଡେ କେମିତି ଯିବ ତାହା ଅପରେଟ୍ କରୁଥିଲା ଟ୍ରେନ୍ରେ ଯାତ୍ରା କରୁଥିବା ମୁଖ୍ୟ ଅଭିଯୁକ୍ତ । ଘଟଣାର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପଶ୍ଚିମବଙ୍ଗ ଯାଇଛି ଏକ ଟିମ୍ ।

ମହେନ୍ଦ୍ର ପାଲ, ଉତ୍ତରପ୍ରଦେଶ
ଅରୁଣ ମାହାତୋ, ବିହାର
ସନି କୁମାର, ଉତ୍ତରପ୍ରଦେଶ

ଇଏ ହେଉଛନ୍ତି କ୍ରାଇମବ୍ରାଂଚ ଏସଟିଏଫ ଦ୍ୱାରା ଗିରଫ ତିନି ଜଣ ଆନ୍ତରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀ । ଏକ ଟ୍ରକରେ ସୋମବାର ବିଳମ୍ବିତ ରାତିରେ ଏମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଏମାନଙ୍କୁ ମାଡି ବସିଥିଲା ଏସଟିଏଫର ସ୍ୱତନ୍ତ୍ର ଟିମ । ଯାଂଚ ବେଳେ ଟ୍ରକ ଭିତରୁ ମିଳିଥିଲା ୧୪୮ କେଜିର ଗଞ୍ଜେଇ । ଆନ୍ଧ୍ରପ୍ରଦେଶରୁ ଏହି ଟ୍ରକ ବାହାରି ବ୍ରହ୍ମପୁର ଠାରୁ ଗଞ୍ଜେଇ ନେଇ ଏ ତିନି ଜଣ ଅଭିଯୁକ୍ତ ବିହାର ଯାଉଥିବା ବେଳେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ଏସଟିଏଫ ।

ଗଞ୍ଜେଇ ଚୋରାଚାଲାଣ କରିବା ପାଇଁ ଅଭିନବ ଉପାୟ ଆପଣେଇଥିଲେ ଏହି ଅଭିଯୁକ୍ତ ।
-ଆନ୍ଧ୍ରରୁ ଟ୍ରକରେ ବ୍ୟାଟେରି ଲୋଡ କରିଥିଲେ
-ବ୍ୟାଟେରି ଲୋଡ ପରେ ଟ୍ରକରେ ବ୍ରହ୍ମପୁର ଆସିଥିଲେ
-ବ୍ରହ୍ମପୁରରେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଗଞ୍ଜେଇ ଲୁଚାଇଥିଲା
ଗଞ୍ଜାମ ଓ ଗଜପତି ଅଂଚଳରୁ ଆସିଥିଲା ଗଞ୍ଜେଇ
ବ୍ୟାଟେରି ପଛପଟେ ଲୁଚାଯାଇଥିଲା ଗଞ୍ଜେଇ

ବଡ କଥା ହେଲା, ପୁରା ଘଟଣାର ମାଷ୍ଟର ମାଇଣ୍ଡ ଟ୍ରକରେ ନଯାଇ ଟ୍ରେନରେ ବିହାର ଯାଉଥିଲା । ଆଉ ଟ୍ରକରେ ଥିିବା ସହଯୋଗୀଙ୍କ ସହ ନିୟମିତ ଫୋନରେ ଯୋଗାଯୋଗ ରଖୁଥିଲା । ଏହି ଘଟଣାର ମାଷ୍ଟରମାଇଣ୍ଡ ଏବେବି ଫେରାର ରହିଥିବା ବେଳେ ତାକୁ ଧରିବା ପାଇଁ ଏସଟିଏଫର ସ୍ୱତନ୍ତ୍ର ଟିମ ଗଠନ ହୋଇଛି । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଏସଟିଏଫ ବି ଜାଲ ବିଛାଇଛି ।