କଂଗ୍ରେସ ସାଂସଦଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଖୋଲା ଚ୍ୟାଲେଞ୍ଜ । ଏନଡିଏ ଓ ୟୁପିଏ ସରକାରର ୧୦ ବର୍ଷ ଶାସନ ଉପରେ ତର୍କ ରଖିବାକୁ ଚ୍ୟାଲେଞ୍ଜ ଦେଲେ ସ୍ମୃତି ଇରାନୀ

116

କନକ ବ୍ୟୁରୋ: ଜନସଭାରେ ରାଗିଲେ ଓ ଆଉ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ମହାରାଷ୍ଟ୍ର ନାଗପୁର ଜନସଭାରେ କଂଗ୍ରେସ ଉପରେ ବର୍ଷିଛନ୍ତି ସ୍ମୃତି ଇରାନୀ । ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯଦି ଦମ ଅଛି ତେବେ ଏନଡିଏ ଓ ୟୁପିଏ ସରକାର ୧୦ବର୍ଷ ଶାସନ ସମୟ ମଧ୍ୟ କ’ଣ ଫରକ ରହିଛି ତା ଉପରେ ବିର୍ତକ କରି ଦେଖାନ୍ତୁ ରାହୁଲ । ସ୍ଥାନ ସମୟ ବାଛନ୍ତୁ ରାହୁଲ, ବିତର୍କ କରିବାକୁ ସେ ପ୍ରସ୍ତୁତ ଅଛନ୍ତି ।

  • ରାହୁଲ ଗାନ୍ଧୀଙ୍କୁ ସ୍ମୃତି ଇରାନୀଙ୍କ ଚ୍ୟାଲେଞ୍ଜ
  • ବିତର୍କ ପାଇଁ ଦେଲେ ଖୋଲା ଚ୍ୟାଲେଞ୍ଜ

କେବଳ ସେତିକି ନୁହେଁ ରାମମନ୍ଦିର ନିର୍ମାଣ ପ୍ରସଙ୍ଗଠୁ ନେଇ ମୁମ୍ବାଇ ଆତଙ୍କୀ ଆକ୍ରମଣ । ଏପରିକି ବାଲାକୋଟ ଏୟାରଷ୍ଟ୍ରାଇକ ପ୍ରସଙ୍ଗ ଉଠାଇ କଂଗ୍ରେସକୁ କେନ୍ଦ୍ରମନ୍ତ୍ରୀ ଶାଣିତ ଆକ୍ରମଣ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶ ଆମେଥିରୁ ପୁଣି ଲଢ଼ୁଛନ୍ତି ସ୍ମୃତି । ସେପଟେ ରାହୁଲ ମଧ୍ୟ ଏଥରକ ସମାନ ଆସନରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି । ଗତଥର ପରାଜୟ ପ୍ରତିଶୋଧ ପାଇଁ ରାହୁଲ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଆମେଥିରୁ ଲଢ଼ିବା ସମ୍ଭାବନା ରହିଛି । ଏହା ଭିତରେ ଏବେଠୁ ହିଁ ରାଜନୀତି ମଇଦାନରେ ଜୋରଦାର ହେଲାଣି ବୟାନବାଜୀ ।