କେତେ ପ୍ରଭାବ ପକାଇବ ମୋଦିଙ୍କ ରୋଡ ଶୋ? ଭୁୁବନେଶ୍ୱରରେ କାମ ଦେବ କି ମୋଦି କ୍ରେଜ?

104

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ପତିଆରା ପ୍ରଦର୍ଶନର କି ପ୍ରଭାବ ପଡ଼ିବ, ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୧୯ ନିର୍ବାଚନ ସମୟରେ ମୋଦୀ, ଭୁବନେଶ୍ୱରରେ ରୋଡ ସୋ’ କରିିଥିଲେ । କେବଳ ଲୋକସଭା ଆସନ ବିଜେପି ଜିତିଥିବା ବେଳେ ଜଟଣୀକୁ ଛାଡ଼ି ଆଉ ସବୁ ବିଧାନସଭା ପୋଛି ନେଇଥିଲା ବିଜେଡି । ଏଥର ମଧ୍ୟ ମୋଦୀଙ୍କ ଗସ୍ତକୁ ପ୍ରଭାବହୀନ କରିବାକୁ ସ୍ୱତନ୍ତ୍ର ରଣନୀତି କରିଛି ବିଜେଡି । ଦଳୀୟ ପ୍ରାର୍ଥୀଙ୍କୁ ସଭା କରିବା ପାଇଁ କୁହାଯାଇଛି । ଆଗାମୀ ୧୬ତାରିଖରେ ନବୀନ ମଧ୍ୟ ରୋଡ ସୋ’ କରିବାକୁ ସ୍ଥିର ହୋଇଛି ।

ମୋଦିମୟ ହୋଇଛି ରାଜଧାନୀ । ବିଜେପିର ନେତା ନମ୍ବର ୱାନ ଭୁବନେଶ୍ୱରରେ ଭୋଟ ମାଗିବେ । ତେଣୁ କର୍ମୀ ଯେିତିକି ଉତ୍ସାହିତ ତାଠାରୁ ଅଧିକ ଜୋଶରେ ଅଛନ୍ତି ନେତା । ରାଜଧାନୀର ସବୁଠାରୁ ବ୍ୟସ୍ତବହୁଳ ଅଂଚଳରେ ବିଜେପିର ରୋଡ ଶୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିିଛି । ଭୁବନେଶ୍ୱରରେ ବି ୨୦୧୯ରେ ମସିହାରେ ଏୟାରପୋର୍ଟରୁ ବରମୁଣ୍ଡା ଯାଏଁ ରୋଡ ଶୋ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ସମୟରେ ଅପରାଜିତା ଷଡଙ୍ଗୀ ରାଜନୀତିରେ ନୂଆ ଥିଲେ ଆଉ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ଏହି ୫ ବର୍ଷ ମଧ୍ୟରେ ଅପରାଜିତା ରାଜନତିରେ ବେଶ ଅଭିଜ୍ଞ ପାଲଟିଛନ୍ତି । ଆଉ ଅପରାଜିତାଙ୍କ ପାଇଁ ମୋଦିଙ୍କ ରୋଡ ଶୋର ରାଜନତୈକି ପ୍ରଭାବ ନେଇ ଆଲୋଚନା ବି ଆରମ୍ଭ ହୋଇଯାଇଛି ।

ମୋଦିଙ୍କ ଗସ୍ତର ପ୍ରଭାବ
-ସହରୀ ଭୋଟରଙ୍କ ଉପରେ ମୋଦୀଙ୍କ ଗସ୍ତ ପ୍ରଭାବ ପକାଇପାରେ
-ଲୋକସଭା ସହ ୭ ବିଧାନସଭା ଆସନରେ ନେତାଙ୍କ ଉତ୍ସାହ ବଢିବ

ମୋଦିଙ୍କ ଭୁବନେଶ୍ୱର ଗସ୍ତକୁ କାଉଂଟର କରିବାକୁ ବିଜେଡି ବି ନୂଆ ରଣନୀତି କରିଛି । ୨୦୧୯ ଅପେକ୍ଷା ୨୦୨୪ରେ ଭୁବନେଶ୍ୱରର ରାଜନୀତି ପାଣିପାଗ ଭିନ୍ନ ରହିଛି । ଭୁବନେଶ୍ୱର ଲୋକସଭା ଆସନ ପାଇଁ ନୂଆ ମୁହଁ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଭୁବନେଶ୍ୱର ଲୋକସଭା ଅଧିନ ୭ ବିଧାନସଭା ଆସନ ମଧ୍ୟର ୁ ୪ ଆସନ ଭୁବନେଶ୍ୱର ମଧ୍ୟ, ଉତର ଓ ଏକାମ୍ରରେ ପ୍ରାର୍ଥୀ ରିପିଟ ହୋଇଛନ୍ତି । ବେଗୁନିଆ ଓ ଜୟଦେବ ଆସନରେ ପ୍ରାର୍ଥୀ ପରିବର୍ତନ ହୋଇଛି । ଖୋର୍ଦ୍ଧାରେ ରାଜୁ ସାହୁଙ୍କ ପ୍ରାର୍ଥୀ କରାଯାଇଛି , ଯିଏ ୨୦୧୪ରେ ଲଢିଥିଲେ । ଆଜି ବିଜେପିକୁ କାଉଂଟର କରିବାକୁ ଭୁବନେଶ୍ୱର ମଧ୍ୟରେ ବିଜେଡି ବିଧାୟକ ପ୍ରାର୍ଥୀ ସମାବେଶ କରିଛନ୍ତି । ମୋଦିଙ୍କ ରୋଡ ଶୋକୁ କାଂଉଟର କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଆସନ୍ତା ୧୬ରେ ଭୁବନେଶ୍ୱରରେ ରୋଡ ସୋ କରିବେ ।

୨୦୧୯ରେ ମୋଦି ଲହର ସତ୍ୱେ ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ମାତ୍ର ୨୩ ହଜାରରୁ ଅଧିକ ଭୋଟରେ ଜିତିଥିଲା । କିନ୍ତୁ ୭ ବିଧାନସଭା ଆସନ ମଧ୍ୟରୁ ଜଟଣୀକୁ ଛାଡିଦେଲେ ଆଉ ସବୁ ଆସନକୁ ବିଜେଡି ପୋଛିନେଇଥିଲା । ଏବେ ମୋଦିଙ୍କ ରୋଡ ଶୋର ପ୍ରଭାବ କେତେ ପଡିବ ତାହା ଜୁନ ୪ ତାରିଖରେ ଜଣାପଡିବ ।