ଦୀର୍ଘ ୧୫ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ। ତାମିଲନାଡୁ ଏନଜିଓରେ ଠାବ କଲେ ଭାଇ।

94

କନକ ବ୍ୟୁରୋ: ଦୀର୍ଘ ୧୫ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ । ୨୦୦୮ରୁ ମାନସିକ ଭାରସାମ୍ୟ ହରାଇ ପୁଅ ଘରୁ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି କରିବା ପରେ ବି ପତା ମିଳିଲାନି । ପୁଅ ମୃତ କି ଜୀବିତ ଘର ଲୋକଙ୍କୁ ଜଣାନଥିଲା । ତେବେ ଦୀର୍ଘ ବର୍ଷ ପରେ ନିଜ ଘର ସୁବର୍ଣ୍ଣପୁର ତରଭା ନୂଆପାଲିକୁ ଫେରିଆସିଛି ନିଖୋଜ ପୁଅ ପୂର୍ଣ୍ଣଚନ୍ଦ୍ର । ପରିବାରରେ ଖୁସିର ମାହୋଲ । ବାପା ମୁହଁରେ ଖୁସି ଆଉ ଏହି ଖୁସିରେ ଆତ୍ମହରା ହୋଇପଡିଛନ୍ତି ପୁରା ପରିବାର । ଫୁଲମାଳ ଦେଇ ପୁଅକୁ ସ୍ୱାଗତ କରିଥିବା ବେଳେ ଗାଁରେ ଉତ୍ସବର ମାହୋଲ । ପୂର୍ଣ୍ଣଙ୍କ ଘରେ ବି ଲୋକଙ୍କ ଭିଡ । ଦୀର୍ଘ ୧୫ ବର୍ଷ ପରେ କିଭଳି ଦିଶୁଛନ୍ତି ପୂର୍ଣ୍ଣଚନ୍ଦ୍ର ଦେଖିବାକୁ ଲାଗିଛି ଲୋକ ଗହଳି । ତେବେ ପୂର୍ଣ୍ଣ ତାମିଲନାଡୁର ଏକ ଏନଜିଓରେ ରହୁଥିଲେ । ମାନସିକ ଭାରସାମ୍ୟ ହରାଇ ବୁଲୁଥିବା ବେଳେ ପୂର୍ଣ୍ଣଙ୍କୁ ଏହି ଏନଜିଓ ରଖିବା ସହ ତାଙ୍କର ଦେଖାଶୁଣା କରୁଥିଲା । ପରେ ଜଣେ ସମାଜସେବୀଙ୍କଠାରୁ ଖବର ପାଇ ପୂର୍ଣ୍ଣଙ୍କ ଭାଇ ପହଞ୍ଚିଥିଲେ । ସେଠାରୁ ନିଜ ଭାଇଙ୍କୁ ସାଥିରେ ଧରି ଘରକୁ ଫେରିଥିଲେ ।