ଢେଙ୍କାନାଳ ସରାଙ୍ଗର ଷଷ୍ଠ ଶ୍ରେଣୀର ଛାତ୍ର ପ୍ରତୀକ ସେଠୀଙ୍କ କମାଲ। ପକ୍ଷାଘାତ ପାଇଁ ନୂଆ ଯନ୍ତ୍ର।

204

କନକ ବ୍ୟୁରୋ: ପକ୍ଷାଘାତ ରୋଗୀଙ୍କ ପାଇଁ ତିଆରି ହୋଇଛି ପ୍ରକଳ୍ପ । ଆଉ ଏହି ପ୍ରକଳ୍ପ ତିଆରି କରିଛି ମାତ୍ର ୧୧ବର୍ଷର ଛାତ୍ର । ଏଣିକି ପାରାଲିସିସ ଆକ୍ରାନ୍ତଙ୍କ ପାଇଁ ଏହି ପ୍ରକଳ୍ପ ବେଶ ଫଳଦାୟୀ ହୋଇପାରିବ । ଏହି ଡିଭାଇସ ବନାଇଥିବା କୁନି ବୈଜ୍ଞାନିକ ଜଣକ ହେଉଛନ୍ତି ଢେଙ୍କାନାଳ ପରଜଙ୍ଗ ବ୍ଲକ ସରାଙ୍ଗ ଅଞ୍ଚଳର ଷଷ୍ଠ ଶ୍ରେଣୀର ଛାତ୍ର ପ୍ରତୀକ ସେଠୀ । ଏହାକୁ ଅତ୍ୟାଧୁନିକ ଜ୍ଞାନକୈାଶଳରେ ସେ ନିର୍ମାଣ କରିଛନ୍ତି । ସେନ୍ସର ସିଷ୍ଟମ ଠାରୁ ଆରମ୍ଭ କରି ହୁଇଲ ଚେୟାରରେ ବସି ଏହାର ବ୍ୟବହାର କରିପାରିବେ । ଯାହାଫଳରେ ରୋଗୀର ବ୍ରେନକୁ ଅତ୍ୟାଧୁନିକ ସିଷ୍ଟମଟି କଂଟ୍ରୋଲ କରି ପାରିବ । ଏହା ଦ୍ୱାରା ଜଣେ ପାରାଲିସିସି ଆକ୍ରାନ୍ତ ପ୍ରତ୍ୟେକ କାମକୁ ଅତି ସହଜରେ କରିପାରିବ । ଏହି ଡିଭାଇସ ନିର୍ମାଣ ପାଇଁ ତାଙ୍କୁ ୩ ମାସ ସମୟ ଲାଗିଥିବା କହିଛନ୍ତି ପ୍ରତୀକ । ଏଥିପାଇଁ ପ୍ରାୟ ୨୫ ହଜାର ଟଙ୍କା ଖର୍ଚ ହୋଇଛି ।

ଆଗାମୀ ସମୟରେ ଏହି ପ୍ରୋଜେକ୍ଟକୁ ସେ ଯାନବାହନ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଆଶା ରଖିଛନ୍ତି । ସେହିପରି ଅନ୍ୟ ଏକ ପକେଟ ସିପିୟୁ ତିଆରି କରିଛନ୍ତି ଯାହା ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ବେଶ ସୁଗମ ଓ ସହଜ ହୋଇପାରିବ । ଏହି ମିନି ସିପିୟୁ ସିଷ୍ଟମ ଟିଭି ଓ ମନିଟର ସାହାଯ୍ୟରେ ସଂଯୋଗ କରି ପାରିବେ । ଟିଭିକୁ କମ୍ପ୍ୟୁଟର ଭଳି ବ୍ୟବହାର ମଧ୍ୟ କରିପାରିବେ । ଏହି ଛୋଟ ସିପିୟୁ ସିଷ୍ଟମ ସମସ୍ତଙ୍କ କାମରେ ଆସିପାରିବ । ପ୍ରତିଭାକୁ କୌଣସି ପରିଚୟ ଦେବାକୁ ପଡିନଥାଏ । ଯାହାକି ପ୍ରତୀକଙ୍କ ଏହି ପ୍ରକଳ୍ପ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ ।