ଦଶରଥପୁରରେ ଆବାସ ତାଲିକାରେ ବ୍ୟାପକ ହେରଫେର ଅଭିଯୋଗ। ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ ଲୋକେ।

58

କନକ ବ୍ୟୁରୋ: ଆବାସ ତାଲିକାରେ ବ୍ୟାପକ ହେରଫେର ଅଭିଯୋଗ । ଯାଜପୁର ଦଶରଥପୁରର ତରପଦା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ ଲୋକେ । ତରପଦା ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀମାନେ ହୋହାଲ୍ଲା କରିଥିବା ଦେଖାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟରେ ଲଗାଯାଇଥିବା ତାଲିକାରେ ୮୦ ପ୍ରତିଶତ ବ୍ୟକ୍ତି ଆବାସ ପାଇବାକୁ ଯୋଗ୍ୟ ନୁହନ୍ତି ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏହି ପଞ୍ଚାୟତରେ ସରକାରୀ ଚାକିରିଆ, ୨ ତାଲା କୋଠା, ପାଇଥିବା ବ୍ୟକ୍ତିଙ୍କ ନାମ ଆବାସ ପାଇବା ପାଇଁ ସାମ୍ଭାବ୍ୟ ତାଲିକାରେ ନାମ ରହିଥିବା ଅଭିଯୋଗ ରହିଛି ।

ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ସ୍ଥାନ ପାଇନାହିଁ । ତେଣୁ ଉତେଜନା ପ୍ରକାଶ ପାଇଥିଲା । ତାଲିକାରେ ବ୍ୟାପକତୃଟି ରହିଥିବାରୁ ପୁନଶ୍ଚ ତଦନ୍ତ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଆବାସ ପ୍ରଦାନ କରାଯାଉ ବୋଲି ବିଡିଓଙ୍କୁ ଏଥିନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ତୁରନ୍ତ ସମସ୍ୟାର ସମାଧାନ ନହେବ ତାହେଲେ ଆଗାମୀ ଦିନରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବା ସହିତ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ସ୍ଥାନୀୟ ଲୋକ ଏବଂ ନିର୍ବାଚିତ ପ୍ରତିନିଧି କହିଛନ୍ତିା