ରାଇମୋହନଙ୍କ ମୃତ୍ୟୁ ରହସ୍ୟରୁ ପରଦା ଉଠିନଥିବା ବେଳେ ସାମ୍ନାକୁ ଆସିଲା ଶେଷ ଭିଡିଓ । ହୋଟେଲରୁ ଖାଦ୍ୟ କିଣୁଥିବା ବେଳେ ସିସିଟିଭିରେ କଏଦ ହୋଇଥିଲା ଚିତ୍ର

442

କନକ ବ୍ୟୁରୋ: ଓଲିଉଡର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ପଛର କାରଣ ଏବେ ବି ଅସ୍ପଷ୍ଟ ରହିଛି । ପରିବାର ଲୋକଙ୍କ ପୁଲିସ ପ୍ରାୟ ୨ ଘଣ୍ଟା ପଚାର ଉଚରା କରିଛି, ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଉଛି । ଜବତ ମୋବାଇଲର କଲ ଡିଟେଲସରୁ ପୁଲିସକୁ ନୂଆ ସୁରାଗ ମିଳିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ରାଇମୋହନଙ୍କ ଶେଷ ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି । ଏକ ହୋଟେଲକୁ ଖାଦ୍ୟ ଆଣିବାକୁ ଯାଇଥିବା ବେଳରେ ଭିଡିଓ ଦେଖିଲେ ବିଶ୍ୱାସ କରିହେଉ ନାହିଁ, ଏତେ ସାଦାସିଧା ମଣିଷ ଆତ୍ମହତ୍ୟା କରିଦେଇପାରେ ।

ଅଭିନେତା ରାଇମୋହନଙ୍କ ଶେଷ ଭିଡିଓ । ଏକ ହୋଟେଲକୁ ଖାଇବା ପାର୍ସଲ ଆଣିବାକୁ ଯାଇଥିବାବେଳେ ସିସିଟିଭିରେ କଏଦ ହୋଇଛି ରାଇମୋହନ ପରିଡାଙ୍କ ଚିତ୍ର । ଆଖିରେ କଳା ଚଷମା ଓ ଜିନ୍ସ ପ୍ୟାଣ୍ଟ ସହ ଧଳା ଗଞ୍ଜି ପିନ୍ଧି ଭିତରକୁ ପ୍ରବେଶ କରୁଛନ୍ତି ଓଲିଉଡ ଟାଇଗର । ହୋଟେଲରେ ପହଞ୍ଚିବା ପରେ ସାଧାରଣ ଲୋକଙ୍କ ଭଳି ଧାଡିରେ ଛିଡା ହୋଇ ଖାଇବା ଅର୍ଡର ଦେଉଛନ୍ତି । ଆଉ ଖାଇବା ପ୍ରସ୍ତୁତ ସମୟରେ ଲୋକଙ୍କ ସହ କଥାବାର୍ତା ହେଉଛନ୍ତି । ଏହି ଭିଡିଓ ଦେଖିବା ପରେ ହୁଏ ତ କେହି ବିଶ୍ୱାସ କରୁନଥିବେ ସ୍ୱାଭାବିକ ଥିବା ଜଣେ ମଣିଷ ଏଭଳି କିଭଳି ଆତ୍ମହତ୍ୟା କରିଦେଇପାରେ ।

  • ଆତ୍ମହତ୍ୟା ପୂର୍ବରୁ କାହା ସହ କଥାହୋଇଥିଲେ ରାଇମୋହନ?
  • ମୋବାଇଲ କଲ ଡିଟେଲସରୁ ମିଳିବ ସୁରାକ

ରାଇମୋହନଙ୍କ ମୃତ୍ୟୁକୁ ୪୮ ଘଣ୍ଟା ପୁରିଥିବା ବେଳେ ମୃତ୍ୟୁର କାରଣ ଏବେ ବି ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ରାଇମୋହନଙ୍କ ପରିବାର ଲୋକଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି । ରବିବାର ସକାଳେ ରାଇମୋହନ ବ୍ୟବହାର କରିଥିବା ମୋବାଇଲକୁ ଯାଞ୍ଚ କରିବା ପରେ ପରିବାର ଲୋକଙ୍କୁ ଫେରାଇଦିଆଯାଇଛି । ମୋବାଇଲ ଯାଞ୍ଚ କରିବା ପରେ କଲ ଡିଟେଲସରୁ କିଛି ତଥ୍ୟ ପୁଲିସକୁ କିଛି ସୁରାକ ମିଳିଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଆତ୍ମହତ୍ୟା ନେଇ ଲୋକଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ଏବେ ବି ରହିଛି । କୁହାଯାଉଛି, ୮ରୁ ୧୦ଦିନ ଭିତରେ ପୁଲିସ ରାଇମୋହନଙ୍କ ଘରକୁ ଆସିଥିଲା । ହୁଏତ ଏହାକୁ ନେଇ ଚାପରେ ଥାଇପାରନ୍ତି ରାଇମୋହନ

  • ରାଇମୋହନଙ୍କ ଆତ୍ମହତ୍ୟା ପଛର ରହସ୍ୟ କଣ?
  • କାହିଁକି ସେ ଏତେବଡ ଚରମ ନିଷ୍ପତି ନେଇଗଲେ?
  • ପାରିବାରିକ କଳହ ନା ଆଉ କିଛି କାରଣ ପାଇଁ ଜୀବନ ହାରିଲେ ରାଇମୋହନ?

ଏଭଳି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ସାଇଣ୍ଟିଫିକ ଟିମ ରିପୋର୍ଟ ଦେଇସାରିଛନ୍ତି । ଏବେ ସୋମବାର ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।