ଶ୍ରୀଜିଉଙ୍କୁ ଦେଖିବା ପାଇଁ ୨ଶହ କିଲୋମିଟରର ପଦଯାତ୍ରା: କେନ୍ଦ୍ରାପଡା ରାଜକନିକାରୁ ପୁରୀ ଅଭିମୁଖେ ବାହାରିଛନ୍ତି ୧୦ ଜଣ ଭକ୍ତ

86

କନକ ବ୍ୟୁରୋ: ପାଦରେ ଚାଲି ଚାଲି ପୁରୀ ଯିବୁ । ରଥାରୁଢ ଶ୍ରୀଜିଉଙ୍କ ଦର୍ଶନ କରିବୁ । ଏଥିପାଇଁ ରାଜକନିକାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ର ଯାତ୍ରା । ରଥ ଯାତ୍ରାରେ ଜାଗା ଦର୍ଶନ କରି ରଥ ଟାଣିବାକୁ ୨୦୦ କିଲୋମିଟର ଅତିକ୍ରମ କରିବେ ଏହି ପଥଚାରିମାନେ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ୧୦ ଜଣ ଭକ୍ତ ପୁରୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଭଳି ପ୍ରତିବର୍ଷ ଏମାନେ ଚାଲିଚାଲି ପୁରୀ ଯାଇଥାନ୍ତି । ୭ ବର୍ଷ ହେଲା ଏଭଳି ଯାତ୍ରା ଜାରି ରଖିଛନ୍ତି । ୨ଶହ କିଲୋମିଟର ଏହି ଯାତ୍ରାରେ ସାମିଲ ଅଛନ୍ତି ଜଣେ ୭୦ବର୍ଷର ବୃଦ୍ଧ ଦୋଳଗୋବିନ୍ଦ ନାଥ । ଜୟ ଜଗନ୍ନାଥ କହି ଆଗକୁ ବଢିଲେ, ବାଟ ଚାଲିବାର କଷ୍ଟ ଜଣାପଡେ ନାହିଁ, ଏମିତି କି ପାଦରେ ଫୋଟକା ବି ହୁଏ ନାହିଁ । ଚାଲି ଚାଲି ପୁରୀରେ ପହଂଚିବା ପାଇଁ ୪ ଦିନ ସମୟ ଲାଗିଥାଏ । ପୁରୀରେ ପହଂଚି ରଥ ଉପରେ କାଳିଆକୁ ଦେଖିବା ପରେ ସବୁ କଷ୍ଟ ଭୁଲି ହୋଇଯାଏ ବୋଲି ଏହି ଭକ୍ତମାନେ କହିଛନ୍ତି ।