ହିଜାବ ବିବାଦରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ୍ଣ ରାୟ: କହିଲେ, ଇସଲାମ୍ ଧର୍ମର ପ୍ରମୁଖ ଅଂଶ ନୁହେଁ ହିଜାବ

128

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ହିଜାବ ବିବାଦ ମାମାଲାରେ କଣ୍ଣାଟକ ହାଇକୋର୍ଟ ଏକ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଛନ୍ତି । ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀ ୟୁନିଫର୍ମ ପିନ୍ଧିବାକୁ ମନାକରିପାରିବେ ନାହିଁ । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବା ନିହାତୀ ଜରୁରୀ ବୋଲି କହିଛନ୍ତି କଣ୍ଣାଟକ ହାଇକୋର୍ଟ । ସେପଟେ କୋର୍ଟଙ୍କ ରାୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଅନ୍ୟପଟେ ତାମିଲନାଡୁରେ କୋର୍ଟଙ୍କ ରାୟକୁ ବିରୋଧକରି ଛାତ୍ର ଛାତ୍ରୀ ରାସ୍ତାକୁ ଉହ୍ଲାଇଛନ୍ତି ।

ହିଜାବ ବିବାଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋଟ । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବା ନିହାତୀ ଜରୁରୀ । ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବା ପାଇଁ ମନା କରି ପାରିବେ ନାହିଁ ବୋଲି କହିଛନ୍ତି କୋର୍ଟ । ମୁଖ୍ୟ ବିଚାରପତି ରିତୁରାଜ ଅୱସ୍ଥି, ବିଚାରପତି କ୍ରିଷ୍ଣା ଏସ ଦିକ୍ଷିତ୍ ଏବଂ ଜେ,ଏମ ଖାଜିଙ୍କ ଖଣ୍ଡପୀଠ ଏହି ମାମାଲାର ଶୁଣାଣି କରିଛନ୍ତି । କୋର୍ଟଙ୍କ ଏଭଳି ନିଷ୍ପତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରିଛନ୍ତି ।

କଣ୍ଣାଟକର ପଲ୍ଲୀରୁ ଆରମ୍ଭ ହୋଇ ରାଜଧାନୀ ଦିଲ୍ଲୀରେ ପହଂଚିଥିଲା ହିଜାବ ବିବାଦ । ଏହାକୁ ସମର୍ଥନ ଜଣାଇ କୋଲକତା, ଚେନ୍ନାଇ, ମୁମ୍ବାଇ ଭଳି ଦେଶର ବଡ ସହରରେ ଲୋକେ ରାଜରାସ୍ତାକୁ ଉହ୍ଲାଇଥିଲେ । ଏନେକ ରାଜନୈତିକ ବୟାନବାଜି ପରେ ଏହି ବିବାଦ ସଂସଦ ଭବନରେ ମଧ୍ୟ ପହଂଚିଥିଲା । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ । ଶେଷରେ ମାମଲାରେ କଣ୍ଣାଟକ ହାଇକୋର୍ଟରେ ପହଂଚିବା ପେର ମଧ୍ୟ ବିଚାରଧୀନ ଥିଲା । ଯାହାର ଶୁଣାଣି କରି ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି କଣ୍ଣାଟକ ହାଇକୋର୍ଟ ।

ହିଜାବ ବିବାଦକୁ ନେଇ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିବା ସହ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବା ନିଷ୍ପତି ସଠିକ୍ ବୋଲି କହିଛନ୍ତି କୋର୍ଟ । ସେପଟେ କୋର୍ଟଙ୍କ ରାୟକୁ ବିରୋଧ କରି ତାମିଲନାଡୁରେ ଛାତ୍ର ଛାତ୍ରୀ ରାସ୍ତାକୁ ଉହ୍ଲାଇଛନ୍ତି । କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟଙ୍କୁ ବିରୋଧ କରି କଣ୍ଣାଟକର ବିଭିନ୍ନ ଜିଲ୍ଲାରେ ପ୍ରଦର୍ଶନ ଆରମ୍ଭ ହୋଇଛି । ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନକୁ ସମର୍ଥନ କରି ଛାତ୍ରୀମାନେ ଶ୍ରେଣୀଗୃହ ବର୍ଜନ କରିଛନ୍ତି ।