ମିଜାଇଲ୍ ମାଡ଼କୁ ନେଇ ସଂସଦରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ: କହିଲେ, ଏହି ଘଟଣା ଅଜଣାତରେ ଘଟିଛି

108

କନକ ବ୍ୟୁରୋ: ପାକିସ୍ତାନଠୁ ଅଳ୍ପ ଦୂରରେ ଭାରତର ମିଜାଇଲ୍ ମାଡ଼କୁ ନେଇ ସଂସଦରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥ କହିଛନ୍ତି, ମିଜାଇଲ ମାଡ଼ ଦୁର୍ଘଟଣାବଶତଃ ହୋଇଛି । ଏହି ଘଟଣା ଅଜଣାତରେ ଘଟିଛି । ମିଜାଇଲ୍ ୟୁନିଟର ରୁଟିନ୍ ମେନଂଟେନାନ୍ସ ବେଳେ ଭୁଲବଶତଃ ଏକ ମିଜାଇଲ୍ ଛଡ଼ା ହୋଇଯାଇଥିବା ରାଜନାଥ କହିଛନ୍ତି । ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଆମେ ଜାଣିବାକୁ ପାଇଲୁ ଯେ ଏହି ମିଜାଇଲ ପାକିସ୍ତାନରେ ମାଡ଼ ହୋଇଛି । ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆମେ ଏଥିପାଇଁ ଦୁଃଖିତ । ଗୃହରେ ବିବୃତି ରଖିବା ସମୟରେ ରାଜନାଥ ଏକଥା ମଧ୍ୟ କହିଛନ୍ତି ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ରାଜନାଥ କହିଛନ୍ତି । ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ରାଜନାଥ ସଂସଦରେ ବିବୃତି ରଖିଛନ୍ତି ।

ଘଟଣାକୁ ନେଇ ଭାରତ ସପକ୍ଷରେ ବାହାରିଛି ଆମେରିକା । ଭାରତର ଏଥିରେ କୌଣସି ଭୁଲ ନାହିଁ ଓ ଏହା ଏକ ଆକସ୍ମିକ ଘଟଣା ବୋଲି କହିଛନ୍ତି ଆମେରିକା ବୈଦେଶିକମନ୍ତ୍ରାଳୟ ମୁଖପାତ୍ର ନେଡ ପ୍ରାଇଜ କହିଛନ୍ତି । ସେପଟେ ଭାରତ ବିରୋଧରେ ଅଭିଯୋଗ ଆଣି ଜର୍ମାନ ଆଗରେ ଫେରାଦ ହୋଇଛି । ପାକିସ୍ତାନ ବୈଦେଶିକମନ୍ତ୍ରୀ ଶାହା ମହମ୍ମଦ କୁରେସୀ ଜର୍ମାନ ବୈଦେଶିକମନ୍ତ୍ରୀ ଏନାଲେନା ବେରୱାକଙ୍କ ଫୋନରେ ଏହି ଘଟଣା ବାବଦରେ ଆଲୋଚନା କରିଥିବା ଜଣାପଡିଛି । ବିଶ୍ୱ ସମୁଦାୟ ଘଟଣାକୁ ନେଇ ଗମ୍ଭୀରତା ସହ ଧ୍ୟାନ ଦେବାକୁ ଜର୍ମାନୀକୁ ଅପିଲ କରିଛି ପାକିସ୍ତାନ ।

ମାର୍ଚ୍ଚ ୯ ତାରିଖରେ ହରିୟାଣାର ସିର୍ସାରୁ ଏକ ମିଜାଇଲ୍ ପାକିସ୍ତାନର ପଂଜାବ ପ୍ରଦେଶ ସ୍ଥିତ ମିଆନ୍ ଚାନ୍ନୁ ସହରରେ ମାଡ଼ ହୋଇଥିଲା । ନିୟମିତ ରକ୍ଷଣାବେକ୍ଷଣ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।

ଭାରତୀୟ ସେନାର ଅନ ଅର୍ମଡ ଭୁଲରେ ଫାୟାର ହୋଇଯାଇଥିଲ।। ଫଳରେ ଏହି ମିସାଇଲ ନିୟନ୍ତ୍ରଣ ହରାଇ ପାକିସ୍ତାନର ୧୨୪ କିଲୋମିଟର ଭିତରେ ଯାଇ ପଡିଥିଲା । ତେବେ ଏଥିରେ କାହାଣ କୌଣସି କ୍ଷତି ହୋଇନି । ତେବେ ଘଟଣାକୁ ନେଇ ପାକିସ୍ତାନ ଭୟଭୀତ ହେବା ସହ ଭାରତ ଏଭଳି ଜାଣିଶୁଣି କରିଥିବା ଅଭିଯୋଗ ଆଣିଛି ।