ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ଜାରି ହେଲା ଏସଓପି: ସକାଳ ୬ଟାରୁ ରାତି ୯ଟା ଯାଏଁ ଖୋଲା ରହିବ ମନ୍ଦିର

129

କନକ ବ୍ୟୁରୋ: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ଜାରି ହେଲା ନୂଆ ଏସଓପି । ସକାଳ ୬ଟାରୁ ରାତି ୯ଟା ଯାଏଁ ଭକ୍ତଙ୍କ ପାଇଁ ଖୋଲା ରହିବ ମନ୍ଦିର । ରବିବାର ଶ୍ରୀମନ୍ଦିର ବିଶୋଧନ ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆରଟିପିସିଆର ନେଗେଟିଭ କିମ୍ବା ସମ୍ପୂର୍ଣ୍ଣ ଟିକାକରଣ ରିପୋର୍ଟ ବାଧ୍ୟତାମୂଳକ । କୋଭିଡ ପ୍ରମାଣପତ୍ର ଯାଞ୍ଚ ବ୍ୟବସ୍ଥା ୧୭ ତାରିଖ ପର୍ଯ୍ୟନ୍ତ ରହିବ ।

କରୋନା ତୃତୀୟ ଲହରକୁ ଦୃଷ୍ଟିରେ ରଖି ୨୦ ଦିନ ହେବ ବନ୍ଦ ରହିଥିଲା ସାଧାରଣ ଭକ୍ତଙ୍କୁ ଜଗା ଦର୍ଶନ । ଏବେ କରୋନା କଟକଣାକୁ ମାନି ଖୋଲିବ କାଲିଠୁ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିରକୁ କୋଭିଡ କଟକଣାରେ ଯାଇ ଜଗା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏନେଇ ଆଜି ଶ୍ରୀମନ୍ଦିର ପରିସରକୁ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି ।