‘ଜନତାଙ୍କ ଆସ୍ଥା, ବିଶ୍ୱାସ ଓ ଜଗନ୍ନାଥଙ୍କ ଆଶୀର୍ବାଦରେ ନବୀନ ଇଞ୍ଜିନ ଚାଲିଛି’: ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ୍ ।

87

କନକ ବ୍ୟୁରୋ: ଖଡିଆଳରେ ଜନସଭାକୁ ସମ୍ବୋଧନ କରିବା ସମୟରେ ବିଜେପି ଉପରେ ବର୍ଷିଲେ ଭି କେ ପାଣ୍ଡିଆନ୍ । କହିଲେ ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଅଛି । ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଥିବା ଲୋକ ହିଁ ତାଙ୍କ ସେବା କରିବାକୁ ସୁଯୋଗ ପାଇବ । ତେଣୁ ନବୀନ ବାବୁହିଁ ପୁଣି ମହାପ୍ରଭୁଙ୍କ ସେବା କରିବାକୁ ସୁଯୋଗ ପାଇବେ ।

ସେ ଆହୁରି ମଧ୍ୟ କହିଛନ୍ତି, ଜନତା ଚିନ୍ତା କରିବା କଥା , ବିରୋଧୀ ବିଜେଡିର ୨୫ ବର୍ଷ ଶାସନରେ ଦୁର୍ବଳତା ବଖାଣୁଛି ହେଲେ ନିଜେ ବିଜେପି ଓଡିଶାରେ ୨୫ ବର୍ଷ ଭିତରେ ନିଜର ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିପାରିଲାନି । ଏଥିରୁ ଜାଣନ୍ତୁ ଓଡିଶାବାସୀ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କେତେ ଭଲପାଆନ୍ତି ।

ତେଣୁ ଏଠି ଆମର ଡବଲ ଇଞ୍ଜିନ ଦରକାର ନାହିଁ, ଯାହା ମଝିରେ ବନ୍ଦ ହେଇଯିବ । ଆମର ଏଠି ନବୀନ ଇଞ୍ଜିନ ଦରକାର ଯାହା ଲୋକଙ୍କ ବିଶ୍ୱାସ, ଆସ୍ଥା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଚାଲିଛି , ଆଗକୁ ଚାଲିବ ମଧ୍ୟ । ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟମାନଙ୍କରେ ବୋମା ଫୁଟୁଛି, ଗୁଳି ଶବ୍ଦ ଶୁଭୁଛି । ହେଲେ ନବୀନ ଇଞ୍ଜିନ ଓଡିଶାରେ ଶାନ୍ତି ଅଛି । ବିଜେଡିର ଏମଏଲଏ ଓ ଏମପି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ, ନବୀନ ଇଞ୍ଜିନ ପୁଣି କାମ କରିବ । ଲୋକଙ୍କ ସେବା କରିବ । ଇଏ ନବୀନ ଇଞ୍ଜିନ ଗ୍ୟାରେଣ୍ଟି ବୋଲି କହିଛନ୍ତି ପାଣ୍ଡିଆନ୍ ।