ଝାଡଖଣ୍ଡ ମନ୍ତ୍ରୀଙ୍କ ପିଏସ ଘରୁ ଇଡି ଚଢାଉବେଳେ ପୁଳା ପୁଳା ଟଙ୍କା ଜବତ । ସେପଟେ ବିଜେପିର କଟାକ୍ଷ କଂଗ୍ରେସ ହେଉଛି ଦୁର୍ନିତୀର ଗନ୍ତାଘର ।

196

କନକବ୍ୟୁରୋ:ଝାଡଖଣ୍ଡ ରାଂଚିରେ ଇଡି ରେଡ୍ ବେଳେ ଜବତ ହେଲା ପୁଳା ପୁଳା ଟଙ୍କା । ଜଣେ ଆଇଏଏସ୍ ଅଫିସରଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ଘରୁ ମିଳିଛି ବିଡା ବିଡା ଟଙ୍କା । ଦେଖନ୍ତୁ ଏ ଦୃଶ୍ୟ, କିଭଳି ବିଡା ବିଡା ନୋଟ୍ ପାହାଡ ଭଳି ଗଦା ହୋଇ ରହିଛି । ୨୦ କୋଟିରୁ ଉଦ୍ଧ୍ୱର୍ ନଗଦ ଟଙ୍କା ଜବତ ହୋଇଛି । ଝାଡଖଣ୍ଡ ସରକାରରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମିରା ରୁ ଆଲମଙ୍କ ବ୍ୟକ୍ତିଗତ ସଚିବ ସଂଜୀବ ଲାଲଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ଘରୁ ଏହି ୨୦ କୋଟି ଟଙ୍କା ମିଳିଛି ।

ଏଥିସହ ଅନ୍ୟଜାଗାରୁ ମଧ୍ୟ ୩୦ କୋଟି ମିଳିଥିବା ସୁଚନା ରହିଛି । ଇଡି ସୁଚନା ଅନୁଯାୟୀ । ଆଲମାରୀ ରୁ ପୁଳାପୁଳା ଟଙ୍କା ମିଳିଛି । ନୋଟ ଗଣିବା ପାଇଁ ଟଙ୍କା ମେସିନ ମଧ୍ୟ ମଗାଯାଇଛି । ଆସ ଆଜି ସକାଳୁ ଝାଡଖଣ୍ଡର ୯ଟି ସ୍ଥାନରେ ଚଢାଉ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳାୟ ।

ପୂର୍ବତନ ଚିଫ୍ ଇଂଜିନିୟର ବିରେନ୍ଦ୍ର ରାମ ମାମଲା ସହ ଜଡିତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଇଡି ଏବଂ ଚଢାଉବେଳେ ୨୦ କୋଟି ନଗଦ ଟଙ୍କା ଜବତ ହୋଇଛି । ବିରେନ୍ଦ୍ର ରାମଙ୍କୁ ଗିରଫ କରିଛି ଇଡି । ତେବେ ଏବି ମାମାଲାରେ ବିଜେପି ସାଂସଦ ନିଳିକାନ୍ତ ଦୁବେ କଂଗ୍ରେସ ଉପରେ କଟାକ୍ଷ କରି କହିଛନ୍ତି ଯେ କଂଗ୍ରେସ ସବୁବେଳେ ଦୁର୍ନିତୀକୁ ପ୍ରଶୟ ଦେଇଥାଏ । ଆଜି ଯାଏଁ ଏଭଳି କାମ କଂଗ୍ରେସ କରିଆସିଛି । ୨୦୨୩ରେ ମଧ୍ୟ ଗ୍ରାମୀଣ ବିକାଶ ବିଭାଗର ମୁଖ୍ୟ ଅଧିକାରୀ ବୀରେନ୍ଦ୍ର କେ ରମନଙ୍କ ଘରୁ ଟଙ୍କା ଜବତ ହୋଇଥିଲା ।