ପୁଣି ଘାତକ ମିଶାଇଲ୍ ପରୀକ୍ଷଣ କଲା ଉତର କୋରିଆ: ଆତଙ୍କରେ ଦକ୍ଷିଣ କୋରିଆ, ଜାପାନ

155

କନକ ବ୍ୟୁରୋ: ଲଗାତାର ଘାତକ କ୍ଷେପଣାସ୍ତ୍ରର ପରିକ୍ଷଣ କରିଚାଲୁଛି ନର୍ଥ କୋରିଆ । ଗତ ରବିବାର ଟେଷ୍ଟ ହୋଇଥିବା ଏକ ମିଶାଇଲ ୨୦୧୭ ପରେ ସବୁଠୁ ଘାତକ ବୋଲି କୁହାଯାଉଛି । ଚୀନ ଓ ଉତ୍ତର କୋରିଆରରେ ମିଶାଇଲର ପରିକ୍ଷଣ ଯୋଗୁଁ ଦକ୍ଷିଣ କୋରିଆ, ଅମେରିକା ସମେତ ଜାପାନ କୁ ବଡ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି । କେବଳ ଜାନୁଆରି ମାସରେ ହିଁ ୭ ଟି ମିଶାଇଲ ଟେଷ୍ଟ ହୋଇଥିବା ଜଣାପଡିଛି ।

ଗୋଟିଏ ପରେ ଗୋଟିଏ ଘାତକ ମିଶାଇଲ ଟେଷ୍ଟ କରୁଛି ନର୍ଥ କୋରିଆ । ରବିବାର ନର୍ଥ କୋରିଆ ପୁଣିଏକ ଘାତକ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି । ଏହାକୁ ମିଶାଇ ଜାନୁଆରି ମାସରେ ମୋଟ ୭ ଟି ମିଶାଇଲ ଟେଷ୍ଟ କରିଛି ନର୍ଥ କୋରିଆ । ପୂର୍ବରୁ ପରିକ୍ଷଣ ହୋଇଥିବା କ୍ଷେପଣାସ୍ତ୍ର ସବୁ କମ୍ ରେଂଜର ହୋଇଥିବାବେଳେ ରବିବାର ହ୍ୟୁସୋଙ୍ଗ ମିଜାଇଲ୍ ପରୀକ୍ଷଣ କରିଥିବା ସୂଚନା ମିଳିଛି । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ରବିବାର ଉତର କୋରିଆ ପରିକ୍ଷଣ କରିଥିବା ମିସାଇଲ୍ ଗତ ୪ ବର୍ଷ ଭିତରେ ସବୁଠାରୁ ଘାତକ । ଶେଷଥର ୨୦୧୭ରେ ସବୁଠାରୁ ଘାତକ ହାଇଡ୍ରୋଜେନ୍ ବୋମାର ପରୀକ୍ଷଣ କରିଥିଲା ଉତର କୋରିଆ ।

ରବିବାର ହୋଇଥିବା ଏହି ଘାତକ ମିସାଇଲ ଟେଷ୍ଟ ଦ୍ୱାରା ଦକ୍ଷିଣ କୋରିଆ, ଆମେରିକା ସମେତ ଜାପାନକୁ ମଧ୍ୟ ବଡ ପ୍ରଭାବ ପକାଇଛି । ଏହାପରେ ଜାପାନ୍ ଓ ଆମେରିକା ସୁରକ୍ଷା ଅଧିକାରୀ କ୍ଷେପଣାସ୍ତ୍ର ପରିକ୍ଷଣ ନେଇ ଉତର କୋରିଆ ସହ ଯୋଗାଯୋଗ କରୁଛନ୍ତି ।

ଆମେରିକାର ପ୍ରମୁଖ ଖବର ନ୍ୟୁୟର୍କ ଟାଇମସର ଏକ ରିପୋଟ ଅନୁସାରେ, ଉତର କୋରିଆ ଏହି ମିସାଇଲ ଟେଷ୍ଟ ଜଗାଙ୍ଗ ଅଂଚଳରେ କରିଛି ଯାହା ଉତର କୋରିଆ ଏବଂ ଚୀନର ସୀମାକୁ ଲାଗି ରହିଛି । ଏନେଇ ଦକ୍ଷିଣ କୋରିଆର ମିଲିଟାରି ଏଜେନ୍ସି ମଧ୍ୟ ସ୍ପଷ୍ଟ କରିଛି । ୨୦୧୭ ପରେ ଏହା ସବୁଠୁ ଘାତକ ପରିକ୍ଷଣ ବୋଲି ଜଣାପଡିଛି । ତେବେ ଏଥିରେ ଉତର କୋରିଆର ପଡୋଶୀ ରାଜ୍ୟକୁ କୌଣସି କ୍ଷତି ପହଁଚି ନଥିବା କହିଛି କିମ୍ ଜଙ୍ଗ ଉନ୍ ପ୍ରଶାସନ ।

ଜାତିସଙ୍ଘର ନିୟମ ବିରୁଦ୍ଧରେ ଯାଇ ଉତର କୋରିଆ ପୁଣିଥରେ ଶକ୍ତିଶାଳୀ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି । ଏହି ପରୀକ୍ଷଣ ପୁଣି ସେତେବେଳେ କରିଛି, ଯେତେବେଳେ ୟୁକ୍ରେନ – ରୁସ୍ ସମସ୍ୟକୁ ନେଇ ଯୁଦ୍ଧ ମୁହାଁ ହୋଇଛି ବିଶ୍ୱ । ଆମେରିକା ଓ ଦକ୍ଷିଣ କୋରିଆର ଅଧିକାରୀମାନେ ଉତର କୋରିଆର ଏହି ମନମାନିକୁ ସହ୍ୟ କରାଯିବନି ବୋଲି କହିଛନ୍ତି । ଆମେରିକା ରାଷ୍ଟପତି ଜୋ ବାଇଡେନ ଶାସନ ଗାଦି ସମ୍ଭାଳିବା ପରେ ଥରେ ମଧ୍ୟ ନର୍ଥ କୋରିଆର ତାନାଶାହ ସହ ଯୋଗାଯୋଗ କରିନିଥିବାରୁ କିମ ଜଙ୍ଗ ସରକାର ଲଗାତାର ମିସାଇଲ୍ ପରୀକ୍ଷଣ କରିଚାଲିଛି ବୋଲି କୁହାଯାଉଛି ।