ମର୍ସିଡିଜ ଭାଙ୍ଗିଦେଲା ପ୍ରେମ ସମ୍ପର୍କ ! ପ୍ରେମରେ ବିଫଳ ହେବାରୁ ଆତ୍ମହତ୍ୟା କଲେ ପ୍ରେମିକ ।  

1,911

କନକ ବ୍ୟୁରୋ : ନନ୍ଦନ ବିହାର ଅଞ୍ଚଳରେ ରହୁଥିବା ଜଣେ ମଡେଲ ତଥା କାଫେ ମାଲିକ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଖବର ସାରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ବେଶ ଖୁସିରେ ରହୁଥିବା ଜଣେ ଯୁବକ ଏମିତି ଚରମ ପଦକ୍ଷେପ କାହିଁକି ନେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଘଟଣାସ୍ଥଳରୁ ଏକ ସୁଇସାଇଟ୍ ନୋଟ ଜବତ ହେବା ପରେ ମାମଲା ରହସ୍ୟମୟ ହୋଇପଡିଛି । ଆଉ ପରିବାର ଲୋକ ଅଭିଯୋଗ କରି କହିଛନ୍ତି ପ୍ରେମିକା ପାଇଁ ଜୀବନ ହାରି ଦେଇଛନ୍ତି ପ୍ରେମିକ ସୌମ୍ୟରଞ୍ଜନ ।

ସୌମ୍ୟରଞ୍ଜନ ପାଣିଗ୍ରାହୀ । ମଡେଲିଂ କରନ୍ତି ଏବଂ ରାଜଧାନୀ ଭୁବନେଶ୍ୱରରେ ଏକ କାଫେ କରି ଖୁସିରେ ରହୁଥିଲେ । ହଠାତ୍ ତାଙ୍କ ଜୀବନରେ ଏହି ଯୁବତୀ ଆସିଲେ  । ସୌମ୍ୟରଞ୍ଜନଙ୍କ ଖୁସି ଦୁଇଗୁଣ ହୋଇଗଲା । ତା ପରେ ଏକାଠି ରହିବା ପାଇଁ ଯୋଜନା କରୁଥିଲେ, କେତେ କଣ ସ୍ୱପ୍ନ ବି ଦେଖିଥିଲେ ।

 ମର୍ସିଡିଜ ଭାଙ୍ଗିଦେଲା ପ୍ରେମ ସମ୍ପର୍କ ! ଫାଟ ସୃଷ୍ଟି କଲା ୧୨ ଲକ୍ଷର ବାଇକ ! ସୌମ୍ୟରଞ୍ଜନଙ୍କ ଜୀବନରେ ଏକ ଝଡ ଆସିଲା । ସୌମ୍ୟଙ୍କ ପ୍ରେମିକା ତଥା ଗାୟିକା ଯୁବତୀ ଜଣକ ଆଉ ଜଣେ ଯୁବକଙ୍କ ସମ୍ପର୍କରେ ଆସିଲେ । ତାଙ୍କ ସହ ପ୍ରେମ ବି ହୋଇଗଲା । ଆଉ ଏପଟେ ଏକା ହୋଇଗଲେ ସୌମ୍ୟରଞ୍ଜନ ।

ସୌମ୍ୟଙ୍କ ଭଉଣୀ କହିଛନ୍ତି,  ୧୨ ଲକ୍ଷର ବାଇକ ଓ ମର୍ସିଡିଜ ବେଂଜ କାର ଯୋଗୁଁ ଯୁବତୀଜଣକ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖି ସୌମ୍ୟଙ୍କୁ ଧୋକା ଦେଇଥିଲେ । ଆଉ ଯାହାକୁ ସହିନପାରି ସୌମ୍ୟ ଜୀବନ ହାରିଛନ୍ତି । ସୌମ୍ୟଙ୍କ ପୋଷ୍ଟମର୍ଟମ  ସହିତ ସୁଇସାଇଡ ନୋଟକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ଖୁବଶୀଘ୍ର ଯୁବତୀଙ୍କୁ ପୁଲିସ ଏ ବାବଦରେ ପଚରାଉଚରା କରିବ ଏବଂ ପୁରା ଘଟଣା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।