ପୁଣି ଗାତରେ ପଡ଼ିଲା ନାବାଳିକା । ଏକ ଘଣ୍ଟାରୁ ଅଧିକ ସମୟ ହେଲା ଚାଲିଛି ଉଦ୍ଧାର କାମ ।

419

କନକ ବ୍ୟୁରୋ: ବିଦ୍ୟୁତ ଖୁଣ୍ଟ ପାଇଁ ଖୋଳା ଯାଇଥିବା ଗାତରେ ପଡି ଫସିଗଲା ନାବାଳିକା । ପ୍ରାୟ ଏକ ଘଣ୍ଟା ହେଲାଣି ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ହେଲେ ନାବାଳିଙ୍କୁ ଗାତରୁ ଉଦ୍ଧାର କରାଯାଇପାରୁ ନାହିଁ । ମାଲକାନଗିରି ଜିଲ୍ଲା ମାଥିଲି ସଦର ବ୍ଲକ କଲୋନୀରେ ଘଟିଛି ଏହି ଅଘଟଣ । ୮ ବର୍ଷର ଶିଶୁ କନ୍ୟ ଘର ପାଖରେ ଖେଳୁଥିବା ବେଳେ ବିଦ୍ୟୁତ ଖୁଣ୍ଟ ପୋତିବା ପାଇଁ ଖୋଳା ଯାଇଥିବା ଗାତରେ ଖସି ପଡିଥିଲା । ଖବର ପାଇ ମାଥିଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନାବାଳିକାକୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି ।