ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଡ୍ରାଇଭର ସଂଘ: ଡ୍ରାଇଭର ସଂଘ କହିଲା, ପ୍ରତିଶ୍ରୁତି ଦେଇ ପୂରଣ କଲେ ନାହିଁ ସରକାର

379

କନକ ବ୍ୟୁରୋ: ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲା ଡ୍ରାଇଭର ସଂଘ । ଷ୍ଟିଅରିଂ ଛଡ଼ା ଅନ୍ଦୋଳନ ପରେ ଲିଖିତ ପ୍ରତିଶ୍ରୁତି ମିଳିଲା ହେଲେ କୌଣସି ସୁଫଳ ମିଳିଲା ନାହିଁ । ବାରମ୍ବାର ବୋର୍ଡ ଗଠନ ପାଇଁ ଦାବି ହୋଇଥିଲେ ମଧ୍ୟ ସମୟ ପରେ ସମୟ ଘୁଂଚିଛି । କିନ୍ତୁ ବୋର୍ଡ ଗଠନ ହେଉନି । ଗୋଟେ ମାସ ମଧ୍ୟରେ ପ୍ରାୟ ୪୫ ଜଣ ଡ୍ରାଇଭର ଙ୍କ ମୃତ୍ୟୁ ହୋଇଛି । ହେଲେ ଯେଉଁ ବିମା ପାଇଁ ସରକାର ଘୋଷଣା କରିଥିଲେ ମଧ୍ୟ ବୋର୍ଡ ନଥିବା କାରଣରୁ କିଛି ବି କାମ ହେଉନାହିଁ । ଗୋଟେ ମାସ ମଧ୍ୟରେ ବୋର୍ଡ ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବହୁବାର ଚେଷ୍ଟା କରିବା ମଧ୍ୟରେ ଏଯାବତ୍ ହୋଇନାହିଁ । ଯଦି ଆଗାମୀ ୩୦ ତାରିଖ ମଧ୍ୟରେ ସରକାର ଏନେଇ ନିଷ୍ପତି ନନେଲେ ପୁଣି ରାଜ ରାସ୍ତାକୁ ଓହ୍ଲାଇବ ସଂଘ । ଦରକାର ପଡ଼ିଲେ ବିରୋଧୀଙ୍କ ସହ ମିଶିବୁ । ଦରକାର ପଡ଼ିଲେ ଡ୍ରାଇଭର ଏକତା ମହାମଂଚ ରାଜନୀତି କରିବ ବୋଲି କହିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ।