ଅଧାରେ ରହିଗଲା ଇଂଜିନିୟର ହେବାର ସ୍ୱପ୍ନ: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଲିଭଗଲା ସନ୍ଦୀପଙ୍କ ଜୀବନ ଦୀପ

1,510

କନକ ବ୍ୟୁରୋ: ଅଧାରେ ରହିଗଲା ଇଂଜିନିୟର ହବାର ସ୍ୱପ୍ନ । ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଲିଭଗଲା ଜୀବନର ଦୀପ । ବସ୍ତା ସାହାଡା ଗାଁର ସନ୍ଦୀପ ଦାସ । ପାଠ ପଢିବା ସରିବା ପରେ ଏବେ ଜଣେ ଯନ୍ତ୍ରୀ ହୋଇଥାନ୍ତେ । ହେଲେ ସବୁ ସ୍ୱପ୍ନ ତାଙ୍କର ମାଟିେରେ ମିଶିଗଲା । ସନ୍ଦୀପଙ୍କ ମାଉସୀ ଓ ଭଉଣୀ ଚିକତ୍ସା ପାଇଁ କଟକ ଆସିବାର ଥିଲା । ଆଉ ସେମାନେ ସନ୍ଦୀପଙ୍କୁ ନେଇ ମଧ୍ୟ ଏହି ଟ୍ରେନରେ ଏସସିବି ପାଇଁ ବାହାରି ଆସିଥିଲେ । ହେଲେ କିଏ ଜାଣିଥିଲା ବାଟରେ ଜଗିଥିଲା ଯମ । କରମଣ୍ଡଳ ଏକ୍ସପ୍ରେସରେ ଆସୁଥିବା ବେଳେ ବାହାନଗାରେ ଘଟିଥିଲା ଏହି ଦୁର୍ଘଟଣା । ଦୁର୍ଘଟଣାରେ ମାଉସୀ, ଭଉଣୀଙ୍କ ସହ ଯୁବକଙ୍କ ପାଲଟିଗଲେ ଶବ । ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚିଥିଲେ ପରିବାର ଲୋକେ । ଆଉ ଗୋଟି ଗୋଟି କରି ଚିହ୍ନଟ କରିଥିଲେ ସମସ୍ତଙ୍କୁ । ବେଶ ହୃଦୟ ବିଦାରକ ଦୃଶ୍ୟ ଥିଲା ଯୁବକଙ୍କ ଏହି ମୃତ୍ୟୁ । ତାଙ୍କ ମୃତ୍ୟୁକୁ ନା ଗ୍ରହଣ କରିପାରୁଥିଲା ମା’, ନା ଗ୍ରହଣ କରିପାରୁଥିଲା ଭଉଣୀ । ସ୍ତବ୍ଧ ହୋଇଯାଇଥିଲେ ସନ୍ଦୀପଙ୍କ ପରିବାର ଲୋକମାନେ । ପୁଅର ମୃତ ଦେହ ଦେଖି କୋହ ସମ୍ଭାଳିପାରୁନଥିଲେ । ପୁରା ଗାଁରେ ମୃତ୍ୟୁ ନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳିରେ ଫାଟିପଡୁଥିଲା ପରିବେଶ । ଆଉ ତାରି ଭିିତରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ।