ସ୍ନାନ ଯାତ୍ରାରେ କାକଟପୁର ମା’ମଙ୍ଗଳାଙ୍କ ସ୍ୱତନ୍ତ୍ର ନୀତି ସହ ଚନ୍ଦନ ବେଶ: ୮ରୁ ୧୦ କେଜି ଚନ୍ଦନ କାଠରେ ମାଆଙ୍କ ମୁଖ ଚନ୍ଦନ ବେଶ ନୀତି

106

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଆଜିର ଦିନରେ ନୀଳାଦ୍ରିନାଥ ମହାପ୍ରଭୁ ଜଗନ୍ନାଥ ଏବଂ ଚତୁର୍ଦ୍ଧା ମୁରତୀଙ୍କ ଆରମ୍ଭ ହୋଇଥାଏ ରଥଯାତ୍ରାର ଅୟୋମାରମ୍ଭ । ସେହି ଅବସରରେ ଆଜିର ଦେବସ୍ନାନ ପୂର୍ଣ୍ଣିମାରେ କାକଟପୁର ବାସିନୀ ମା ମଙ୍ଗଳାଙ୍କ ମନ୍ଦିରରେ ଆୟୋଜିତ ହୋଇଥାଏ ସ୍ଵତନ୍ତ୍ର ପରମ୍ପରା ଏବଂ ରୀତିନୀତି । ବିଭିନ୍ନ ପର୍ବ ପର୍ବାଣିରେ ମା ମଙ୍ଗଳାଙ୍କର ଅନେକ ବେଶ ଆରମ୍ଭ ହେଉଥିବା ବେଳେ ଅନେକସମୟରେ ମୁଖ ଚନ୍ଦନ ବେଶରେ ମା ମଙ୍ଗଳା ଦର୍ଶନ ଦେଇଥାନ୍ତି । ଆଜିର ସ୍ଵତନ୍ତ୍ର ଦେବାସ୍ନାନ ପୂର୍ଣ୍ଣିମାରେ ମଙ୍ଗଳା ମନ୍ଦିର ପରମ୍ପରା ଅନୁଯାୟୀ ମା ମଙ୍ଗଳାଙ୍କ ସର୍ବାଙ୍ଗ ଚନ୍ଦନ ବେଶ ଆୟୋଜନ କରାଯାଇଛି । ଏଥିପାଇଁ ୮ ରୁ ୧୦ କେଜି ଓଜନର ଚନ୍ଦନ କାଠ ବ୍ୟବହାର କରାଯାଇଥିବା ବେଳେ ସେଥିରେ କର୍ପୁର, ଅଗୁର, ଜାଇଫଳ ଭଳି ଅନେକ ସୁବାସିତ ପଦାର୍ଥ ବ୍ୟବହାର କରାଯାଇଛି ।