ଆବାସ ଯୋଜନାକୁ ନେଇ ବଢ଼ୁଛି ଅସନ୍ତୋଷ । ଘର ଖଣ୍ଡିଏ ପାଇଁ ଗୁହାରି କରୁଛନ୍ତି ବାଲେଶ୍ୱର ବାହାନଗା ବ୍ଲକର ଦିବ୍ୟାଙ୍ଗ ପରିବାର ।

68

କନକ ବ୍ୟୁରୋ: ଆବାସ ଯୋଜନାକୁ ନେଇ ବଢ଼ୁଛି ଅସନ୍ତୋଷ । ଘରଟିଏ ପାଇଁ କାକୁତି ମିନତି ହେଉଛନ୍ତି ଦିବ୍ୟାଙ୍ଗ ପରିବାର । ଭଙ୍ଗା, ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ବାଲେଶ୍ୱର ବାହନଗା ବ୍ଲକ ଖରାସାହାପୁର ପଞ୍ଚାୟତର ଶଶ୍ମିତାଙ୍କ ପରିବାର । ଶଶ୍ମିତାଙ୍କ ସ୍ୱାମୀ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ଭଲଭାବେ କାମଧନ୍ଦା କରିପାରନ୍ତି ନାହିଁ । ଘର ଖଣ୍ଡିଏ ନଥିବାରୁ ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ନାହିଁ । ଶରତଙ୍କ ପରିବାର କହିଲେ ସ୍ତ୍ରୀ, ବୁଢ଼ାବାପା ଓ ୩ଝିଅ । ଅର୍ଥ ଅଭାବରୁ ପରିବାର ବହୁ କଷ୍ଟରେ ଚଳୁଛି ପରିବାର । ଘରଟିଏ ପାଇଁ ବାରମ୍ବାର ଦାବି ପରେ ବି ଶୁଣୁନି ପ୍ରଶାସନ । ଏପଟେ ଆସିଥିବା ଆବାସ ତାଲିକାରେ ତାଙ୍କର ନାଁ ନାହିଁ । ତେଣୁ ଉପଯୁକ୍ତ ତଦନ୍ତ କରି ତାଙ୍କୁ ଘର ଖଣ୍ଡିଏ ଯୋଗାଇଦେବାକୁ ଦାବି କରିଛନ୍ତି ଶଶ୍ମିତା ।