ମାନିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଇଡିର ଜେରା ପାଇଁ ହେଲେ ପ୍ରସ୍ତୁତ: ମାର୍ଚ୍ଚ ୧୨ ତାରିଖ ପରେ ଭିଡିଓ କନଫେରେନ୍ସରେ ସବୁ ପ୍ରଶ୍ନର ଉତର ଦେବେ କେଜ୍ରିୱାଲ

102

କନକ ବ୍ୟୁରୋ: ଇଡିର ୮ମ ସମନ ଉପରେ ଜବାବ ରଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମାର୍ଚ୍ଚ ୧୨ ତାରିଖ ପରେ ଇଡିର ଜେରା ପାଇଁ ସେ ପ୍ରସ୍ତୁତ ବୋଲି କେଜ୍ରିୱାଲ ଜବାବରେ କହିଛନ୍ତି । ଆମ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ କେଜ୍ରିୱାଲ ଜେରାର ସମ୍ମୁଖୀନ ହେବେ ଓ ଭିଡିଓ କନଫେରେନ୍ସରେ ଉପସ୍ଥିତ ରହିବେ ।ଫେବ୍ରୁଆରୀ ୨୭ରେ ଇଡି ୮ମଥର ପାଇଁ କେଜ୍ରିୱାଲଙ୍କୁ ସମନ ପଠାଇ ମାର୍ଚ୍ଚ ୪ରେ ହାଜର ହେବାକୁ କହିଥିଲା । ଦିଲ୍ଲୀ ଅବକାରୀ ଦୁୁର୍ନୀତି ମାମଲାରେ ଇଡି ୭ଥର ସମନ ଦେଇ ସାରିଛି । ତେବେ ମାମଲା କୋର୍ଟରେ ଚାଲିଛି । ଶୁଣାଣୀ ପରେ ହାଜର ହେବେ ବୋଲି କେଜ୍ରିୱାଲ କହିଥିଲେ ।