ପୁଣି ଗର୍ଜିବେ ଚାଷୀ, ୬ରୁ ଆରମ୍ଭ ହେବ ଆନ୍ଦୋଳନ: ଦିଲ୍ଲୀକୁ ଆସିବେ ଶହ-ଶହ ଚାଷୀ, କରିବେ ବିକ୍ଷୋଭ

148

କନକ ବ୍ୟୁରୋ: କିଛି ଦିନର ବିରତି ପରେ ୬ ତାରିଖଠୁ ପୁଣି ଗର୍ଜିବେ ଚାଷୀ । ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ସହ ଦିଲ୍ଲୀ ଚଲୋ ଆନ୍ଦୋଳନକୁ ଜୋରଦାର କରିବେ । ଏନେଇ ଚାଷୀ ନେତା ସରୱନ ସିଂ ପଣ୍ଢେର ସୂଚନା ଦେଇଛନ୍ତି ।ସେହିପରି ମାର୍ଚ୍ଚ ୧୦ ତାରିଖରେ ସାରା ଦେଶରେ ଚାଷୀମାନେ ରେଳରୋକ କରିବେ । ୧୨ଟାରୁ ୪ଟା ପର୍ଯ୍ୟନ୍ତ ଦେଶବ୍ୟାପି ରେଳରୋକ କରିବେ ଚାଷୀ ସଂଗଠନ । ଆନ୍ଦୋଳନ ସମୟରେ ପୁଲିସର କାର୍ଯ୍ୟାନୁଷ୍ଠାନରେ ଯେଉଁ ଚାଷୀ ଆହତ ଓ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ନ୍ୟାୟ ଦାବିରେ ଚାଷୀ କରିବେ ରେଳରୋକ । ସେପଟେ ଏମଏସପି ଉପରେ ଆଇନ ଓ ରୁଣ ହ୍ରାସ ସହ ଅନ୍ୟାନ୍ୟ ୧୩ଟି ଦାବି ସହ ଆନ୍ଦୋଳନ ଆରମ୍ଭ କରିଛନ୍ତି ଚାଷୀ ।