କନକ ବ୍ୟୁରୋ: ବ୍ରହ୍ମପୁର ଏସପି ଅଫିସ୍ ସମ୍ମୁଖରେ ମହିଳା ବିଜେପିର ପ୍ରତିବାଦ । ଯୁକ୍ତ ଦୁଇ ନାବାଳିକା ଛାତ୍ରୀକୁ ଗଣ ଦୁଷ୍କର୍ମ ମାମଲାରେ ପ୍ରତିବାଦକୁ ଓହ୍ଲାଇଲେ ବିଜେପି କର୍ମୀ । ମହିଳା ମୋର୍ଚ୍ଚା ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ମହିଳାମାନେ ଏସପି ଅଫିସ୍ ଘେରିଛନ୍ତି । ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ଏସପିଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚା । ବ୍ରହ୍ମପୁର ସହରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗତକାଲି ୫ ଜଣଙ୍କୁ ଗିରଫ କରିଥିଲା ବୈଦନାଥପୁର ପୋଲିସ ।
ବ୍ରହ୍ମପୁର ଏସପି ଅଫିସ୍ ସମ୍ମୁଖରେ ମହିଳା ବିଜେପିର ପ୍ରତିବାଦ । ନାବାଳିକା ଛାତ୍ରୀକୁ ଗଣ ଦୁଷ୍କର୍ମ ମାମଲାରେ ବିକ୍ଷୋଭ ପ୍ରଦର୍ଶନ ।
/kanak/media/post_attachments/wp-content/uploads/2024/05/vlcsnap-2024-05-09-14h41m55s209.png)