ଆସାମ ମୁଖ୍ୟମନ୍ତ୍ରୀଙ୍କ ଦମ୍ଭୋକ୍ତି । କହିଲେ, ଓଡ଼ିଶାରେ ବିଜେପି ଗଢିବ ସରକାର, ମୋଦୀଙ୍କ ଗ୍ୟାରେଣ୍ଟି ସହ ଯୋଡିଲେ ୨ ନୂଆ ପ୍ରତିଶ୍ରୁତି

298

କନକ ବ୍ୟୁରୋ : ମାଲକାନଗିରିରେ ନିର୍ବାଚନୀ ସଭାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କଙ୍କ ଦମ୍ଭୋକ୍ତି । ସେ କହିଛନ୍ତି ଓଡ଼ିଶାରେ ସରକାର ଗଢ଼ିବ ଭାରତୀୟ ଜନତା ପାର୍ଟି । ବିଜେପିର ଏହି ଷ୍ଟାର ପ୍ରଚାରକ ମୋଦୀ ଗ୍ୟାରେଂଟି ସହ ଆଉ ଦୁଇଟି ପ୍ରତିଶ୍ରୁତି ଯୋଡ଼ିଛନ୍ତି । ଗାଁ ଗୁଡ଼ିକୁ ନମ୍ବରରେ ନୁହେଁ ନାଁରେ ପରିଚୟ ଦିଆଯିବ ବୋଳି ସେ କହିଛନ୍ତି । ଏହାସହ ବଙ୍ଗୀୟ ଭାଷାଭାଷୀ ରହୁଥିବା ଅଂଚଳରେ ବେଙ୍ଗଲୀ ଶିକ୍ଷକ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ହିମନ୍ତ ବିଶ୍ୱଶର୍ମା । ଏଅବସରରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିବା ସହ ନବୀନ କେବଳ ଓକେ ଓକେ କହନ୍ତି ବୋଲି ସମାଲୋଚନା କରିଛନ୍ତି ।