ପୁରୀରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଆଜି କୃଷ୍ଣପ୍ରସାଦରେ କରିବେ ବିରାଟ ଜନସଭା ।

101

କନକ ବ୍ୟୁରୋ: ପୁରୀରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି । ଏହାପରେ ଶ୍ରୀମନ୍ଦିରରୁ ବାହାରି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବାସଗୃହକୁ ଯିବେ ନୀତିନ ଗଡକରୀ । ଅପରାହ୍ଣରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବିଜେପିର ପ୍ରଚାର ବିରାଟ ସମାବେଶକୁ ସମ୍ବୋଧିତ କରିବେ । ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଷ୍ଟାର କ୍ୟାମ୍ପେନର ନୀତିନ ଗଡକରୀ ।