ବିଜେପି ଉପରେ ବର୍ଷିଲେ କଂଗ୍ରେସର ଜାତୀୟ ମୁଖପାତ୍ର ଶମା ଅହମ୍ମଦ । କହିଲେ ବିଜେପିରେ ରହିଛନ୍ତି ଗଣଦୁଷ୍କର୍ମକାରୀ

1,032

କନକ ବ୍ୟୁରୋ : ନିର୍ବାଚନ ପାଇଁ ଏବେ ସବୁଦଳ ଚଳଚଞ୍ଚଳ । ନିର୍ବାଚନୀ ସଭା ହେଉ କି ସାମ୍ବାଦିକ ସମ୍ମିଳନୀ ସବୁଦଳ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ ଲଗାଇବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ଓଡିଶା ଆସିଥିବା କଂଗ୍ରେସର ଜାତୀୟ ମୁଖପାତ୍ର ଶମା ଅହମ୍ମଦ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛନ୍ତି । ଶମା କହିଛନ୍ତି କି, ଦେଶରେ ୧୦ ବର୍ଷ ହେବ ମହିଳାଙ୍କ ଉପରେ ଅପରାଧ ଆଶାତୀତ ଭାବେ ବଢିଛି । ହେଲେ କେନ୍ଦ୍ରର ମୋଦୀ ସରକାର ମଉନ ହୋଇ ରହିଛନ୍ତି ।

ଏହାସହ ହାଥରସ, କାଠୁଆ ଘଟଣାର ଉଦାହରଣ ଦେଇ ଶମା କହିଛନ୍ତି ସବୁକଥାରେ ମୋଦୀ ଆଗକୁ ଆସି ବିଜେପିକୁ ସୁରକ୍ଷା ଦେଉଛନ୍ତି । ଏହି ସୁରକ୍ଷା ଦେବା ଭିତରେ ମଧ୍ୟ ରାମ ରହିମ ଭଳି ଗଣଦୁଷ୍କମକାରୀ ରହିଛନ୍ତି । ଦେଶରେ ମହିଳା କୁସ୍ତିଯୋଦ୍ଧା ପ୍ରତିବାଦ କଲେ, ଥାନାରେ ମାମଲା ରୁଜୁ କଲେ , ହେଲେ ଅଭିଯୁକ୍ତ ବ୍ରିଜଭୂଷଣଙ୍କ ଉପରେ ବିଜେପି କାର୍ଯ୍ୟାନୁଷ୍ଠାନ ନେବା ପରିବତ୍ତେ ଏବେ ତାଙ୍କ ପୁଅଙ୍କୁ ଟିକେଟ ଦେଇଛି ବିଜେପି ।

ସେପଟେ କଂଗ୍ରେସ ସର୍ବଦା ମହିଳାଙ୍କୁ ପ୍ରାଥମିକତା ଦେଇଆସିଛି । ହେଲେ ମୋଦୀ ସରକାର ଆସିବା ପରେ କେବଳ ୨୦୨୨ ରେ ୪ ଲକ୍ଷରୁ ଅଧିକ ମାମଲା ରୁଜୁ ହୋଇଥିବା କଥା ସେ କହିଛନ୍ତି । ବିଜେପି ନାରା ଦେଇଥିଲା ବେଟୀ ବଚାଓ ବେଟୀ ପଢାଓ , ହେଲେ ବିଜେପି ବଳକ୍ରାରୀଙ୍କୁ ବଞ୍ଚାଓ ଦିଗରେ କାମ କରୁଥିବା ଶାମା ଅଭିଯୋଗ କରିଛନ୍ତି । ମଣିପୁର ଘଟଣାକୁ ନେଇ ଶାମା କହିଛନ୍ତି କି, ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଗଲା ପରେ ବି ପ୍ରଧାନମନ୍ତ୍ରୀ ମଉନ ହୋଇ ରହିଥିଲେ । ହେଲେ ସାହାସ ଦେଖାଇ ରାହୁଲ ଗାନ୍ଧୀ ମଣିପୁରରେ ନ୍ୟାୟ ଯାତ୍ରା କରିଥିଲେ ।

କଂଗ୍ରେସ ସରକାରକୁ ଆସିଲେ ୨୦୨୫ ସୁଦ୍ଧା ଦେଶର ୩୩ ପ୍ରତିଶତ ମହିଳାଙ୍କୁ ବିଧାନସଭାରେ ସଂରକ୍ଷଣ ଦିଆଯିବ ବୋଲି ଶମା ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଦରଦାମ ନିୟନ୍ତ୍ରଣରେ ନାହିଁ, ଗରିବ ଲୋକମାନେ ଜିଏସଟି ଗଣିଗଣି ବେଦମ ହେଲେଣି । ଆମେ ସରକାରକୁ ଆସିଲେ ଘରର ପ୍ରତି ମୂରବୀ ମହିଳାଙ୍କୁ ଏକ ଲକ୍ଷ ଟଙ୍କା ଦିଆଯିବ। ଏକଥା ରାହୁଲ ଗାନ୍ଧୀ ଇସ୍ତାହାରରେ ଉଲ୍ଲେଖ କରିଛନ୍ତି।

କେବଳ ବିଜେପି ନୁହେଁ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜେଡି ଉପରେ ମଧ୍ୟ ବର୍ଷିଛନ୍ତି ଶମା । ସେ କହିଛନ୍ତି କି, ମମିତା ମେହର ହତ୍ୟା ଘଯଣାରେ ବିଧାୟକ ଦିବ୍ୟଶଂକର ମିଶ୍ରଙ୍କର ସଂପୃକ୍ତି ରହିଛି   । ପରୀ ହତ୍ୟା ଘଟଣାରେ ଅରୁଣ ସାହୁ ଓ ମହିଳା ଶୋଷଣ ମାମଲାରେ ଶ୍ରୀକାନ୍ତ ସାହୁଙ୍କ ସଂପୃକ୍ତି ଥିଲେ ବି କ୍ଷମତାର ଅପବ୍ୟବହାର କରି ବିଜେଡି ସରକାର ସେମାନଙ୍କୁ ସୁରକ୍ଷା ଦେଇଛି । ଏହା ଭିତରେ ଏହିସବୁ ଅପରାଧୀଙ୍କୁ ବିଜେଡି ଟିକେଟ ଦେଇଥିବାରୁ ନବୀନ ସରକାରରେ ମହିଳା ମାରଣ ନୀତି ପଦାରେ ପଡିଛି ବୋଲି ଶମା ଅହମ୍ମଦ କହିଛନ୍ତି ।