ଭାଇରାଲ ଭିଡିଓକୁ ନେଇ ବିଜେପି ନେତା ଉପେନ୍ଦ୍ର ରାୱତଙ୍କ ବଡ ନିଷ୍ପତି: ଟିକେଟ ପାଇଲେ କିନ୍ତୁ ନିର୍ବାଚନ ଲଢ଼ିବେନି ରାୱତ

196

କନକ ବ୍ୟୁରୋ: ଟିକେଟ ପାଇଥିଲେ ବି ନିର୍ବାଚନ ଲଢ଼ିବେନି ବିଜେପିର ଉପେନ୍ଦ୍ର ରାୱତ । ସୋସିଆଲ ମିଡିଆ ପୋଷ୍ଟ କରି ଏହ ସୂଚନା ଦେଇଛନ୍ତି ରାୱତ । ସୂଚନା ଅନୁସାରେ ନେତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିବାଦୀୟ ଭିଡିଓ ପାଇଁ ନିଜେ ମାମଲା ମଧ୍ୟ ସେ ରୁଜୁ କରିଛନ୍ତି ଉପେନ୍ଦ୍ର ରାୱତ କହିଛନ୍ତି ଯେଉଁ ପର୍ଯ୍ୟନ୍ତ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହେବେନି ସେପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବେନି । ଏହି ଭିଡିଓ ତାଙ୍କର ନୁହେଁ ଏହା ଏକ ଡିପଫେକ ଭିଡିଓ ଅଟେ ଓ ଏହାର ତଦନ୍ତ କରିବାକୁ ସେ ଦଳର ହାଇକମାଣ୍ଡଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ସୋମବାର ପଶ୍ଚିମବଙ୍ଗ ଆସନସୋଲରୁ ବିଜେପି ପ୍ରାର୍ଥୀ କରିଥିବା ପୱନ ସିଂ ମଧ୍ୟ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ।