ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା । ବିଜେପି ସରକାରକୁ ଆସିଲେ ମିଳିବ ସବୁ ସୁବିଧା ।

623

କନକବ୍ୟୁରୋ : ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କହିଛନ୍ତି, ୨୨ ରାଜ୍ୟରେ ବେକାରୀ ସମସ୍ୟାରେ ଓଡିଶା ୧ ନମ୍ବର । ରାଜ୍ୟରୁ ଦାଦନ ଯାଉଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ୁଛି । ସବୁ ହାତକୁ କାମ, ସବୁ କ୍ଷେତକୁ ପାଣି, ଓ ସବୁ ମୁଣ୍ଡକୁ ଛାତ ହେଉଛି ବିଜେପିର ଲକ୍ଷ୍ୟ । ଏହାସହ ଓଡ଼ିଶାକୁ ସୁଶାସନ ଦେବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଂଟି ବୋଲି କହିଛନ୍ତି ଅପରାଜିତା । ବିଜେପି ସରକାରକୁ ଆସିଲେ ସ୍କୁଲରେ ମିଡ ଡେ ମିଲ ସହ ଜଳଖିଆ ପାଇଁ ଆପୁର୍ତି ଯୋଜନା ଆରମ୍ଭ ହେବ । ଏହାସହ ମଧ୍ୟ, ଉତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ଟି କ୍ୟାନସର ହସ୍ପିଟାଲ ହେବ । ସବୁ ଚିନି କଳ ଖୋଲିବ ବୋଲି କହିଛନ୍ତି ଅପରାଜିତା । ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ଦେବ ବିଜେପି । ବିଜେପି ସରକାରକୁ ଆସିଲେ ୧୮ମାସରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଟଙ୍କା ଫେରି ପାଇବେ ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି ।