ରହସ୍ୟ ଘେରରେ ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ମୃତ୍ୟୁ । ମୃତ୍ୟୁ ପୂର୍ବରୁ ରଶ୍ମିଙ୍କ ଆକାଉଣ୍ଟକୁ ଆସିଥିଲା ଟଙ୍କା ।

255

କନକ ବ୍ୟୁରୋ: କିପରି ଓ କେଉଁ ପରିସ୍ଥିତିରେ ରଶ୍ମିରେଖା ଆତ୍ମହତ୍ୟା କଲେ ଏହାକୁ ନେଇ ବଢିବାରେ ଲାଗିଛି ସନ୍ଦେହ । ଗୋଟିଏ ପଟେ ପରିବାର ଲୋକେ ରଶ୍ମିଙ୍କ ସ୍ୱାମୀ ସନ୍ତୋଷ ପଣ୍ଡାଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ । ତ ଅନ୍ୟପଟେ ରଶ୍ମିରେଖାଙ୍କ ବ୍ୟାଙ୍କ ଆକାଉଣ୍ଟ ଭିନ୍ନ ମୋଡ ଆଣିଛି । ମୃତ୍ୟୁ ପୂର୍ବରୁ ରଶ୍ମିଙ୍କ ଆକାଉଣ୍ଟଙ୍କୁ ଆସିଥିଲା ଟଙ୍କା । ତେବେ କାହିଁକି ତାଙ୍କୁ ଏତେ ଟଙ୍କାର ଆବଶ୍ୟକତା ହେଉଥିଲା ତାହାକୁ ନେଇ ମଧ୍ୟ ରହସ୍ୟ ଲାଗି ରହିଛି ।

  • ରଶ୍ମୀରେଖାଙ୍କ ମୃତ୍ୟୁ ସସପେନ୍ସ
  • ତଦନ୍ତ ଚାଲିଛି , ରହସ୍ୟ ବଢୁଛି

ସନ୍ଦେହ ଘେରରେ ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ମୃତ୍ୟୁ । ରଶ୍ମୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଏବେ ବି ଅସ୍ପଷ୍ଟ । ମୃତ୍ୟୁ ପଛର କାରଣ କଣ ହୋଇପାରେ ସେ ନେଇ ପୁଲିସ ତନାଘନା ଆରମ୍ଭ କରିଛି । ଏହାରି ଭିତରେ ଅନେକ ଦିଗ ସାମ୍ନାକୁ ଆସିବାରେ ଲାଗିଛି । ମୃତ୍ୟୁ ପୂର୍ବରୁ ରଶ୍ମୀରେଖା ତାଙ୍କର ଅନେକ ସାଙ୍ଗକୁ ଟଙ୍କା ମାଗୁଥିବା କଥା ସାମ୍ନାକୁ ଆସିଛି । ଏପରିକି ବିଭିନ୍ନ ଆକାଉଣ୍ଟରୁ ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବାର ସୁରାକ କନକ ନ୍ୟୁଜ ହାତରେ ଲାଗିଛି ।

  • ମୃତ୍ୟୁ ପୂର୍ବରୁ କାହିଁକି ଟଙ୍କା ମାଗୁଥିଲେ ରଶ୍ମୀରେଖା?
  • ଟଙ୍କା ଥିଲା କି ମୃତ୍ୟୁ ପଛର ମୂଳ କାରଣ ?
  • କାହିଁକି ହଠାତ ଟଙ୍କା ମାଗିଲେ ରଶ୍ମୀରେଖା?
  • ଟଙ୍କା ପାଇଁ ଚାପରେ ଥିଲେ କି ଅଭିନେତ୍ରୀ?

ଅନ୍ୟପଟେ ଅଭିନେତ୍ରୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର । ପରିବାର ଲୋକେ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି ଝିଅର ସ୍ୱାମୀ ପରିଚୟ ଦେଇ ରହି ଆସୁଥିବା ସନ୍ତୋଷ ପାତ୍ର ଆଡକୁ । ପୂର୍ବତନ ବନ୍ଧୁ ରାଜା ପୁଣି ସାମ୍ନାକୁ ଆସି କହିଛନ୍ତି, ତାଙ୍କ ମୋବାଇରୁ ପୁଲିସକୁ ବହୁ ତଥ୍ୟ ମିଳିପାରିବ ।

ରଶ୍ମୀରେଖାଙ୍କ ରହସ୍ୟମୟ ମୃତ୍ୟୁ ଛାଡିଯାଇଛି ଅନେକ ପ୍ରଶ୍ନ

-କାହିଁକି ମୃତ୍ୟୁକୁ ବାଛିନେଲେ ଅଭିନେତ୍ରୀ?
– କାହିଁକି ସନ୍ତୋଷକୁ ଦେଇଥିଲେ ସ୍ୱାମୀର ପରିଚୟ?
-କାହିଁକି ସାମ୍ନାକୁ ଆସୁନାହାନ୍ତି ସନ୍ତୋଷ ପାତ୍ର?
-ଆର୍ଥିକ ଅଭାବ ନା ସନ୍ଦେହ ନେଇଗଲା ଅଭିନେତ୍ରୀଙ୍କ ଜୀବନ?
-ଅତୀତକୁ ନେଇ ସନ୍ତୋଷ-ରଶ୍ମୀଙ୍କ ଭିତରେ ଉଠିଥିଲା କି ଝଡ?
-ସନ୍ଦେହଘେରରେ ସନ୍ତୋଷ ପାତ୍ର ?