ସନ୍ଦେହରେ ପୁରୀ ୧୧ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା । ସୋସିଆଲ ମିଡିଆରେ ପୂର୍ବ ପୋଷ୍ଟକୁ ନେଇ ଚର୍ଚ୍ଚା 

285
କନକ ବ୍ୟୁରୋ : ସନ୍ଦେହରେ ପୁରୀ ଜିଲ୍ଲା ପରିଷଦ ଜୋନ୍ ୧୧ର ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ସେ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତ୍ୟୁ ପୂର୍ବରୁ ସେ କରିଥିବା ସୋସିଆଲ ମିଡିଆରେ ପୋଷ୍ଟ ସନ୍ଦେହକୁ ଆହୁରୀ ବଢାଇ ଦେଇଛି । ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ଲେଖିଥିଲେ, ତାଙ୍କ ଫୋନ ଦୁଇଟାରେ ସବୁ ଭିଡିଓ ରହିଛି । ତାକୁ ଲୋକ ଲୋଚନକୁ ଆଣିବେ । ଧର୍ମେନ୍ଦ୍ରଙ୍କ ଏହି ପୋଷ୍ଟ ପରେ ସେ ପୂର୍ବରୁ ପୋଷ୍ଟ କରିଥିବା ଭିଡିଓ ସାମନାକୁ ଆସିଛି । ଯେଉଁ ଭିଡିଓରେ ସେ ଅନେକ ଅଭିଯୋଗ ଆଣିଛନ୍ତି ।
କାହାର ନାଁ ନେଇନଥିଲେ ମଧ୍ୟ ତାଙ୍କୁ ଅସମ୍ମାନିତ କରାଯାଇଥିଲା  ବୋଲି ଅଭିଯୋଗ କରିଛନ୍ତି । ଏହି ଭିଡିଓ ଆସିବା ପରେ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ତାଙ୍କ ସମର୍ଥକ । ସେପଟେ ପୋଲିସ ଘଟଣାସ୍ଥଳରେ ପହଂଚି ଯାଂଚ କରିଛି । ସାଇଂଟିଫିକ ଟିମ୍ ପହଁଚି ପୂରା ଘଟଣାସ୍ଥଳର ଛାନଭିନ୍ କରିଛନ୍ତି । ହେଲେ, ତାଙ୍କ ମୋବାଇଲ ଏଯାଏଁ ମିଳିନଥିବା ଜଣାପଡିଛି ।